ମୁମ୍ବାଇ: କରନ ଜୋହରଙ୍କ ଆଗାମୀ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର-2' ସୁଟିଂ ଜୋରସୋରରେ ଚାଲିଛି । ରିଲିଜ ପାଇଁ ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି ଫିଲ୍ମ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ନୂଆ ଗୀତ 'ମୁମ୍ବାଇ ଦିଲ୍ଲୀ କି କୁଡ଼ିୟାଂ' । ଏହି ଗୀତରେ ତାରା ସୁତାରିୟା, ଅନନ୍ୟା ପାଣ୍ଡେ ଓ ଟାଇଗର ଶ୍ରଫଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="">
ଗୀତର ମ୍ୟୁଜିକ ଖୁବ୍ ଶାନଦାର ହୋଇଛି । ଆଉ ଯେବେ ଆପଣ ଏହି ଗୀତକୁ ଶୁଣିବ ତେବେ ଆପଣ ମଧ୍ୟ ଡାନ୍ସ କରିବା ପାଇଁ ନିଜକୁ ରୋକିପାରିବେ ନାହିଁ । ଗୀତର ଭିଡିଓ ଆପଣଙ୍କୁ ଏହାର ପୂର୍ବ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦ ଇୟର'ର ପପୁଲାର ଗୀତ 'ରାଧା' ମନେ ପଡିଯିବ ।
- " class="align-text-top noRightClick twitterSection" data="
">
ଏହି ଅବସରରେ କରନ ନିଜ ଟ୍ବିଟର ହ୍ୟାଣ୍ଡଲରେ ଗୀତର ଭିଡିଓ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "Here to raise the temperature#MumbaiDilliDiKudiyaan out now."
5 ଘଣ୍ଟା ପୂର୍ବରୁ ସେୟାର ହୋଇଥିବା ଏହି ଗୀତକୁ ଏଯାବତ 15 ହଜାରରୁ ଅଧିକ ଦର୍ଶକ ଦେଖିସାରିଲେଣି । ଏହାସହ ସୋସିଆଲ ମିଡିଆରେ ଏହି ଗୀତ ଟ୍ରେଣ୍ଡ କରିବାରେ ଲାଗିପଡିଛି । 'ଷ୍ଟୁଡେଣ୍ଟ ଅପ ଦ ଇୟର-2' ନୂଆ ଷ୍ଟୁଡେଣ୍ଟଙ୍କ କାହାଣୀ ପରଦାରେ ମେ’ 10ରେ ରିଲିଜ ହେବ ।
ଏହି ଫିଲ୍ମ ଜରିଆରେ ତାରା ଓ ଅନନ୍ୟା ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାର ପୂର୍ବର ଫିଲ୍ମ (ଷ୍ଟୁଡେଣ୍ଟ ଅପ ଦ ଇୟର) ରେ ଆଲିୟା ଭଟ୍ଟ, ସିଦ୍ଧାର୍ଥ ମାଲହୋତ୍ରା ଓ ବରୁଣ ଧୱନ ଡେବ୍ୟୁ କରିଥିଲେ । ଯେଉଁମାନେ ଆଜି ବଲିଉଡର ଟପ କଳାକାରଙ୍କ ମଧ୍ୟରେ ସାମିଲ ହୋଇସାରିଛନ୍ତି ।