ମୁମ୍ବାଇ: ଚରସ ସେବନ କରୁଥିବା ନେଇ ସ୍ୱୀକାର କଲେ ଆର୍ୟନ ଖାନ । ଅକ୍ଟୋବର ୨ ରାତିରେ ହାଇପ୍ରୋଫାଇଲ କ୍ରୁଜ ପାର୍ଟିରେ ଚଢାଉ ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହି ପାର୍ଟିରେ ବ୍ୟାନ ନିଶା ସାମଗ୍ରୀ ସେବନ ପାଇଁ ନେଇଥିବା ମାନିଛନ୍ତି କିଙ୍ଗ ଖାନ୍ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ।
NCB ପଞ୍ଚନାମା ରିପୋର୍ଟରେ ଏନେଇ ଆଜି(ଶନିବାର) ସ୍ପଷ୍ଟ କରିଛି । NCBର ପଚରାଉଚରା ସମୟରେ ଆର୍ୟନ ଖାନ ଚରସ ଖାଉଥିବା ନେଇ ସ୍ୱୀକାର କରିଛନ୍ତି । କ୍ରୁଜ୍ ପାର୍ଟିରେ ଧୂମପାନ ପାଇଁ ଏହି ଚରସଗୁଡ଼ିକୁ ସାଙ୍ଗରେ ନେଇଥିଲେ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ଆର୍ୟନଙ୍କୁ ମିଳିଲାନି ଜାମିନ, ଆବେଦନ ଖାରଜ କଲେ କୋର୍ଟ
ସେହିପରି ଆର୍ୟନଙ୍କ ସାଙ୍ଗ ଅରବାଜଙ୍କ ଜୋତା ଭିତରୁ ୬ ଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା । ସେ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ରଖିଥିଲେ । ଅରବାଜ NCB ଆଗରେ ମଧ୍ୟ ସତ ମାନିଛନ୍ତି । ଅରବାଜ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ଆର୍ଯ୍ୟନ୍ ଖାନଙ୍କ ସହ ଚରସ ନେଉଛନ୍ତି । ଏହାସହ ସେମାନେ କ୍ରୁଜରେ ମଧ୍ୟ ନିଶା ସପ୍ଲାଏ କରିବାକୁ ଯୋଜନା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ