ETV Bharat / sitara

ବୁଟ ପଲିସ କରୁଥିଲେ ହ୍ରିତିକଙ୍କ ଏହି ଅଭିନେତ୍ରୀ

କିପରି ନିଜ ପକେଟ ମନି ଆୟ କରିଥିଲେ, ସେ ନେଇ ମୁହଁ ଖୋଲିଛନ୍ତି 'ସୁପର-30' ଅଭିନେତ୍ରୀ ମୃଣାଳ ଠାକୁର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୃଣାଳ ଠାକୁର
author img

By

Published : Jul 13, 2019, 2:16 PM IST

ମୁମ୍ବାଇ: ଛୋଟ ପରଦାରୁ ବଡ ପରଦାରେ ପଦାର୍ପଣ କରିଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ସୁପର-30' ଗତକାଲି ରିଲିଜ ହୋଇଯାଇଛି । ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ଏହି ଫିଲ୍ମରେ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ମୃଣାଳ । ଇତି ମଧ୍ୟରେ ସେ ନିଜ ପକେଟ ମନିକୁ ନେଇ ବଡ ଖୁଲାସା କରିଛନ୍ତି ।

ହୁଏତଃ ତାଙ୍କ ଫ୍ୟାନ୍ସ ଏହି ବିଷୟରେ ଅଜଣା କି ସେ ବିଭିନ୍ନ କାମ କରି ନିଜ ନିତିଦିନ ଖର୍ଚ୍ଚ ବାହାର କରୁଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ଖାସ କାମ ବିଷୟରେ...

ସେ ନିକଟରେ Zee 5ରେ ପ୍ରସାରିତ ହେଉଥିବା ଟକ ଶୋରେ ପହଞ୍ଚିଥିଲେ । ଆଉ ସେହିଠାରେ ସେ ନିଜ ପିଲାବେଳେ କେମିତି ଟଙ୍କା ଆୟ କରିଥିଲେ ତାନେଇ ଖୁଲାସା କରିଥିଲେ । ସେ ଡ୍ରଇଂ, ପେଣ୍ଟିଂ, ମେହେନ୍ଦୀ କରିବାକୁ ଭଲ ପାଆନ୍ତି । ତେଣୁ ସେ ବିବାହ ସମୟରେ ଅନେକ ଝିଅଙ୍କ ହାତରେ ମେହେନ୍ଦୀ ଲଗାଇ ଟଙ୍କା ଆୟ କରୁଥିଲେ ।

ଆଉ ସବୁଠାରୁ ମଜାଦାର କଥା ହେଲା କି ସେ ପକେଟ ମନି ପାଇଁ ନିଜ ପିତାଙ୍କ ବୁଟ ପଲିସ ମଧ୍ୟ କରନ୍ତି । ଯାହାପରେ ତାଙ୍କ ପିତା ତାଙ୍କୁ ପକେଟ ମନି ଦିଅନ୍ତି ଖର୍ଚ୍ଚ କରିବାକୁ । ଏହିପରି ରୂପେ ସେ ଅନେକ ପଇସା ରୋଜଗାର କରିପାରୁଥିଲେ । କିନ୍ତୁ ସେହି ସମୟରେ ଖୁଚୁରା ପଇସା ଆୟ କରି ତାଙ୍କୁ ବହୁତ ମଜା ଆସୁଥିଲା ବୋଲି କହିଛନ୍ତି ମୃଣାଳ ।

ପ୍ରକାଶ ଥାଉକି ସେ ପ୍ରଥମଥର ବଡ ପରଦାରେ ହ୍ରିତିକଙ୍କ ସହ କାମ କରି ନିଜକୁ ଗର୍ବିତ ମନେ କରୁଛନ୍ତି । ସୁପର-30 ଫିଲ୍ମରେ ସେ ଜଣେ ସାଧାରଣ ଝିଅ ରୂପେ ନଜର ଆସିଛନ୍ତି । ଏହି ଅବସରରେ ସେ ସୋସିଆଲ ମିଡିଆରେ ହ୍ରିତିକଙ୍କୁ ନିଜର ସୁପରହିରୋ ଘୋଷଣା ମଧ୍ୟ କରିଛନ୍ତି ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.