ହାଇଦ୍ରାବାଦ: ଲୋକପ୍ରିୟ ଟିଭି ଅଭିନେତ୍ରୀ ମୋନି ରୟ ଚଳିତ ବର୍ଷ ସ୍ୱାମୀ ସୁରଜ ନାମ୍ବିଆରଙ୍କ ସହ ତାଙ୍କର ପ୍ରଥମ ହୋଲି ଏନଜୟ କରୁଛନ୍ତି । ଏହି ବିଶେଷ ଅବସରରେ ମୋନି ସୋସିଆଲ ମିଡିଆରେ ପ୍ରଶଂସକଙ୍କ ହୃଦୟ ଜିତିବା ଭଳି ଫଟୋ ସେୟାର କରିଛନ୍ତି । ଏହି ଫଟୋ ଭିତରେ ଥିବା ଗୋଟିଏ ଫଟୋ ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି । ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ଅନୁଯାୟୀ ମୋନି ଏବଂ ସୁରଜ ଚଳିତ ବର୍ଷ ଜାନୁଆରୀ 27ରେ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତି ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ଉପଭୋଗ କରୁଛନ୍ତି ।
- " class="align-text-top noRightClick twitterSection" data="
">
ବିବାହ ପରେ ମୋନି ରୟ ତାଙ୍କର ପ୍ରଥମ ହୋଲି ଖେଳିବା ସହିତ ପ୍ରଶଂସକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାମୀ ସୁରଜଙ୍କୁ ଶୁଭେଚ୍ଛା ଜଣାଇ ମୋନି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସୁନ୍ଦର ପଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ମୋନି ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଉତ୍କୃଷ୍ଟ ଉଦାହରଣ ଦେଇଛନ୍ତି ।
ଏହା ବି ପଢନ୍ତୁ: ବେଡରୁମ୍ରେ ବୋଲ୍ଡ ଷ୍ଟାଇଲରେ ମୋନି ରୟ, ହନିମୁନ୍ରୁ ସେୟାର କଲେ ଫଟୋ
- " class="align-text-top noRightClick twitterSection" data="
">
ଏହି ସୁନ୍ଦର ଫଟୋରେ, ମୋନି ରୟ ତାଙ୍କ ସ୍ୱାମୀ ସୁରଜଙ୍କ ପାଦରେ ରଙ୍ଗ ଲଗାଇ ତାଙ୍କଠାରୁ ଆଶୀର୍ବାଦ କାମନା କରୁଛନ୍ତି । ମୋନିଙ୍କ ଏହି ଫଟୋ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିନେଇଛି । ଏହି ଦମ୍ପତି ହୋଲି ପାଇଁ ଏକ ସ୍ୱତନ୍ତ୍ର ଧଳା ପୋଷାକ ପିନ୍ଧିଛନ୍ତି । ମୋନି ରୟ ଏବଂ ସୁରଜ 2022 ଜାନୁଆରୀ 27ରେ ବିବାହ କରିଥିଲେ । ବିବାହ ପରେ ଅଭିନେତ୍ରୀ ମୋନି ରୟ ପ୍ରଶଂସକଙ୍କ ପାଇଁ ହନିମୁନ୍ର ଫଟୋ ସେୟାର କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ