ମୁମ୍ବାଇ: ରବିବାର ଅର୍ଥାତ ମେ 10 ତାରିଖ ଦିନ ସମଗ୍ର ବିଶ୍ୱରେ ମାତୃ ଦିବସ ପାଳନ କରାଯାଏ । ମାତୃ ଦିବସର ଗୋଟିଏ ରାତି ପୂର୍ବରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ମାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । ମାତୃ ଦିବସର ଭଳି ଏକ ବିଶେଷ ଦିନରେ କଙ୍ଗନା ଏବଂ ଅର୍ଜୁନ ତାଙ୍କ ମା'ଙ୍କୁ ଏବଂ ପ୍ରଶଂସକମାନଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଥିଲେ ।
ଅର୍ଜୁନ ରାମପାଲ ତାଙ୍କ ମା' ଏବଂ ତାଙ୍କ ପାର୍ଟନର ଗାବ୍ରିଏଲାଙ୍କ ପାଇଁ ଏକ ସୁନ୍ଦର ନୋଟ ମଧ୍ୟ ଲେଖିଛନ୍ତି । ଅର୍ଜୁନ ରାମପାଲ ଗାବ୍ରିଏଲାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ଏ ହେଉଛନ୍ତି ଜଣେ ନୂଆ ମା' ଯେ କି ବହୁତ ବହୁତ ଭଲ ଅଟନ୍ତି । ହାପି ମର୍ଦସ ଡେ ମାମା, ଲଭ ୟୁ ।
'ଓମ ଶାନ୍ତି ଓମ' ଅଭିନେତା ପରବର୍ତ୍ତୀ ପୋଷ୍ଟରେ ତାଙ୍କ ମା' ସହିତ ଏକ ସୁନ୍ଦର ଫଟୋ ସେୟାର କରି ଲେଖିଥିଲେ ଯେ, ଏହା ହେଉଛି ମୋ ଆତ୍ମା ଯିଏ କି ମୋର ମା' । ଏହା ପରେ ଅର୍ଜୁନ ରାମପାଲ ସମସ୍ତ ମା'ଙ୍କୁ ମାତୃ ଦିବସର ଶୁଭେଚ୍ଛା ଜଣାଇଥିଲେ । ହାପି ମର୍ଦସ ଡେ ।
ସେହିପରି ଅଭିନେତ୍ରୀ କଙ୍ଗନା ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ମା' ଆଶା ରଣାୱତଙ୍କ ସହ ହସୁଥିବାର ଏକ ଫଟୋ ପୋଷ୍ଟ କରି ତାଙ୍କ ମା'ଙ୍କୁ ମାତୃ ଦିବସର ଅଭିନନ୍ଦନ ଜଣାଇଛନ୍ତି । ଶୁଭ # ମାତୃ ଦିବସ, ଶ୍ରୀମତୀ ଆଶା ରଣାୱତ ।
'ପଙ୍ଗା' ଅଭିନେତ୍ରୀ କଙ୍ଗନା ଲକଡାଉନ ସମୟରେ ପରିବାର ସହ ମନାଲିରେ ସମୟ ବିତାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ