ETV Bharat / sitara

Real Lifeରେ ପାର୍ବତୀଙ୍କୁ ପାଇଲେ ମହାଦେବ ଆକ୍ଟର ମୋହିତ ରୈନା - ଗର୍ଲଫ୍ରେଣ୍ଡକୁ ବିବାହ କଲେ ମୋହିତ ରୈନା

ହାତକୁ ଦୁଇ ହାତ ହୋଇଛନ୍ତି ଅଭିନେତା ମୋହିତ ରୈନା । ଶେଷରେ ରିଅଲ ଲାଇଫରେ ନିଜ ପାର୍ବତୀଙ୍କୁ ଠାବ କରିବାରେ ଲୋକପ୍ରିୟ ମହାଦେବ ଆକ୍ଟର ମୋହିତ ହୋଇଛନ୍ତି ସକ୍ଷମ । ଅଧିକ ପଢନ୍ତୁ

Real Lifeରେ ପାର୍ବତୀଙ୍କୁ ପାଇଲେ ମହାଦେବ ଆକ୍ଟର ମୋହିତ ରୈନା

author img

By

Published : Jan 2, 2022, 9:40 PM IST

ହାଇଦ୍ରାବାଦ: 'ଦେବୋଁ କେ ଦେବ ମହାଦେବ' ସିରିଏଲର ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରୁଥିବା ମୋହିତ ରୈନାଙ୍କୁ ତାଙ୍କ ରିଅର ଲାଇଫ ପାର୍ବତୀ ମିଳିଛନ୍ତି । ନୂଆବର୍ଷର ପ୍ରଥମ ଦିନରେ ନିଜ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି ଏହି ଲୋକପ୍ରିୟ ଆକ୍ଟର । ସେ ଗର୍ଲଫ୍ରେଣ୍ଡ ଅଦିତିଙ୍କୁ ବିବାହ କରିଥିବା ବେଳେ ସୋସିଆଲ ମିଡ଼ିଆରେ ଏକ ଲମ୍ବା ପୋଷ୍ଟ ସହିତ ଫଟୋ ସେୟାର କରିଛନ୍ତି ।

ମୋହିତ ରୈନାଙ୍କୁ ମିଳିଲା ରିଅଲ ଲାଇଫ ପାର୍ବତୀ
ମୋହିତ ରୈନାଙ୍କୁ ମିଳିଲା ରିଅଲ ଲାଇଫ ପାର୍ବତୀ

ଏହି ଧାର୍ମିକ ସିରିଏଲରୁ ଲୋକପ୍ରିୟତା ହାସଲ କରିଥିବା ମୋହିତ ନୂଆ ବର୍ଷରେ ଶୁଭ ଖବର ନିଜ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ବିବାହ ଉତ୍ସବର ଆକର୍ଷଣୀୟ ଫଟୋ ସହିତ ନିଜ ଦିଲ୍‌ର କଥା କହିଛନ୍ତି । ଏହି ଫଟୋରେ ସେ ପତ୍ନୀଙ୍କ ସହିତ ବିବାହ ମଣ୍ଡପରେ ନଜର ଆସିଛନ୍ତି । ମୋହିତ କ୍ରିମ ରଙ୍ଗର ଏକ ସେରୱାନୀ ପିନ୍ଧିଥିବା ବେଳେ ପତ୍ନୀ ରଙ୍ଗବେରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଛନ୍ତି ।

ମୋହିତ କ୍ୟାପସନରେ ଲେଖିଛନ୍ତି ଯେ ପ୍ରେମ କୌଣସି ବାଧାକୁ ଚିହ୍ନିନଥାଏ । ସମସ୍ତ ବାଧାକୁ ଏହା ଜୀବନରୁ ଦୂର କରିଥାଏ । ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆଶାରେ ପରିପୂର୍ଣ୍ଣ ଥିବା ପ୍ରେମ କାନ୍ଥକୁ ମଧ୍ୟ ଭେଦିଯାଏ । ସେ ଆହୁରି ଲେଖିଛନ୍ତି ଯେ ଏହି ଆଶା ନେଇ ଏମାନେ ଆଉ ୨ ନୁହେଁ, ବରଂ ଏକ୍‌ ହୋଇଯାଇଥିବା କହିଛନ୍ତି ମୋହିତ । ଏହାସହିତ ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ବେଳେ ସମସ୍ତଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ହାତକୁ ଦୁଇ ହାତ ହୋଇଛନ୍ତି ଅଭିନେତା ମୋହିତ ରୈନା

ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଯୋଡି ହୋଇଥିଲା ନାଁ:-

ମୋହିତଙ୍କ ନାମ ଏହା ପୂର୍ବରୁ ମୌନି ରଏ ଓ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ମଧ୍ୟ ଯୋଡି ହୋଇଥିଲା । କିନ୍ତୁ ଏହି ରିଲେସନସିପକୁ ନେଇ କେବେ ସ୍ପଷ୍ଟତା ଦେଇନଥିଲେ ମୋହିତ । ଫିଲ୍ମକୁ ଆସିବା ପୂର୍ବରୁ ମୋହିତ 'ଦେବୋଁ କା ଦେବ ମହାଦେବ'ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାବ୍ୟତୀତ ସେ ଅନେକ ୱେବ ସିରିଜ ଓ ଫିଲ୍ମ କାମ କରିଛନ୍ତି । ନିକଟରେ ଆମାଜନ ପ୍ରାଇମରେ ଆସିଥିା ମୁମ୍ବାଇ ଡାଇରିଜ 26/11ରେ ତାଙ୍କ କାମକୁ ଖୁବ ପସନ୍ଦ କରାଯାଇଥିଲା ।

ବଲିଉଡ ସେଲିବ୍ସ ଓ ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା:-

ମୋହିତଙ୍କ ଏହି ଫଟୋ ପୋଷ୍ଟ ପରେ ଫ୍ୟାନ୍ସମାନେ ଏଥିରେ ନିଜର ଭଲ ପାଇବା ବର୍ଷା କରିଛନ୍ତି । କିଛି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଅନ୍ୟ କିଛି ଫ୍ୟାନ୍ସ ନିଜର ଦିଲ ଭାଙ୍ଗିଯାଇଥିବା କହିଥିଲେ । ସେପଟେ ଅଭିନେତ୍ରୀ ଦିଆ ମିର୍ଜା, କରନ ଜୋହର ଓ ମୃଣାଳ ଠାକୁର ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.