ETV Bharat / sitara

ସାଭୀଙ୍କ ଦେବଦୂତ ସାଜିଲେ ମିକ୍କା

କିଛି ଦିନ ହେବ ଚର୍ଚ୍ଚା ଧରିଥିବା ଅଭିନେତା ସାଭୀ ସିଦ୍ଧୁଙ୍କ ଗାର୍ଡ ଚାକିରୀରେ ପଡିପାରେ ପୂର୍ଣ୍ଣଚ୍ଛେଦ । କାରଣ ଶାନଦାର ଫିଲ୍ମରେ ଅଭିନୟ କରିବା ସତ୍ତ୍ବେ, ହାତରେ କାମ ନଥିବାରୁ ଅସହାୟ ହୋଇ କରିଥିଲେ ଗାର୍ଡ କାମ । ବର୍ତ୍ତମାନ ତାଙ୍କୁ ମିଳିଛି ସାହାରା । ଗାୟକ ମିକା ସିଂହ ସହଯୋଗର ହାତ ବଛାଇଛନ୍ତି ସାଭୀଙ୍କୁ ।

author img

By

Published : Mar 26, 2019, 11:09 PM IST

ଡିଜାଇନ ଫଟୋ

ମୁମ୍ବାଇ: 'ବ୍ଲାକ ଫ୍ରାଇଡେ', 'ଗୁଲାମ' ଏବଂ 'ପଟିୟାଲ ହାଉସ' ଭଳି ଫିଲ୍ମରେ ନଜର ଆସିସାରିଥିବା ଅଭିନେତା ସାଭୀ ସିଦ୍ଧୁଙ୍କ ସ୍ଥିତି ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ। ତାଙ୍କ ହାତରେ କୌଣସି କାମ ନଥିବାରୁ ସେ ଜଣେ ସୁରକ୍ଷା ଗାର୍ଡ ରୂପେ ଚାକିରୀ କରୁଥିବାଦେଖାଯାଇଛନ୍ତି । ଯାହାକୁ ନେଇ କିଛି ଦିନ ହେବ ବଲିଉଡରେ ଚର୍ଚ୍ଚା ଜୋର ଧରିଛି ।

ଇତିମଧ୍ୟରେ ତାଙ୍କର ଭାଗ୍ୟ ବଦଳିଛି । ଆଜ୍ଞା ହଁ, ତାଙ୍କୁ ପପୁଲାର ସିଙ୍ଗର ମିକା ସିଂ ତାଙ୍କୁସହଯୋଗର ହାତ ବଢାଇଛନ୍ତି । ଖବର ଅନୁଯାୟୀ ମିକା ନିଜର ଆଗାମୀ ଫିଲ୍ମ 'ଆଦତ'ରେ ସାଭୀଙ୍କୁ ଅଭିନୟ କରିବାକୁ ଅଫର ଦେଇଛନ୍ତି ।

ପ୍ରକାଶ ଥାଉକି ଏହି ଫିଲ୍ମରେ ବି-ଟାଉନର ହଟ୍ ଅଭିନେତ୍ରୀ ବିପାଶା ବାସୁ ଓ ତାଙ୍କ ସ୍ବାମୀ କରନ ସିଂହ ଗ୍ରୋବର ମୁଖ୍ୟ ଭୂମିକାରେ ନଜର ଆସିବେ । ମିକା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବ ନେଇଛନ୍ତି । ଯେତେବେଳେ ଏହି ବିଷୟରେ ସାଭୀଙ୍କୁ ପ୍ରଶ୍ନ କରାଯାଇଥିଲା । ତେବେ ସେ ଉତ୍ତରରେ କହିଥିଲେ କି ତାଙ୍କ ବନ୍ଧୁ ତାଙ୍କୁ ଜଣାଇଥିଲେ କି ମିକା ତାଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଏହାପରେ ମିକା ତାଙ୍କୁ ସିଧାସଳଖକହିଥିଲେ କି ତୁମକୁ ଏହି ଚାକିରୀ କରିବାର ଆବଶ୍ୟକତା ନାହିଁ । ଏବେଠାରୁ ତାଙ୍କ ଗ୍ରୁପରେ କାମ କରିବ।

ଏହାର ଗୋଟିଏ ଦିନ ପରେ ମିକା ତାଙ୍କୁ ନିଜ ଘରକୁ ନେବା ପାଇଁ ଗାଡି ପଠାଇଥିଲେ । ସେ କିଛି ନୂଆ ପୋଷାକ ଏବଂ ଖାଦ୍ୟ ଖାଇବାକୁ ମଧ୍ୟ ଦେଇଥିଲେ । ଆଗାମି 10 ଦିନ ମଧ୍ୟରେ ମିକାଙ୍କ ସହ କାମ କରିବା ଆରମ୍ଭ କରିବେ ବୋଲି କହିଛନ୍ତି ସାଭୀ ।

କିଛି ଦିନ ପୂର୍ବରୁ ସାଭୀଙ୍କ ଖବର ସୋସିଆଲ ମିଡିଆରେ ଦେଖିବା ପରେ ମିକା ଟ୍ବିଟ କରି ସମସ୍ତଙ୍କୁ କହିଥିଲେ ସାଭୀଙ୍କ ନମ୍ବର ତାଙ୍କୁ ଦେବାକୁ । ବାସ୍ତବରେ ସାଭୀଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ମିକା ।

Intro:Body:

ଭୁବନେଶ୍ୱର: ନିମାପଡାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପାଇଁ ଓଡିଶାରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିଛନ୍ତି। ତେବେ ବିଜୟ  ସଂକଳ୍ପ ସମାବେଶରେ ଯୋଗ ଦେଇ ସେ ନବୀନ ସରକାର ଉପରେ ଜୋରଦାର ବର୍ଷିଛନ୍ତି।

ରାଜ୍ୟରେ ୧୯ ବର୍ଷର ସରକାରରେ ସାଧାରଣ ଲୋକେ ପିଇବା ପାଣି ପାଉନାହାଁନ୍ତି, କୁ-ପୋଷଣର ଶିକାର ହେଉଛନ୍ତି, ଚାଷୀ ଆତ୍ମହତ୍ୟା କରୁଥିବା ଅନେକ ସମସ୍ୟା ଏଠାରେ ରହିଛି। ଦେଶରେ ବିଜେପି ସରକାର ଯେଉଁ ରାଜ୍ୟରେ ଅଛି ସେଠି ବିକାଶ ବହୁଳ ମାତ୍ରାରେ ହେଉଛି। ତେଣୁ ଓଡ଼ିଶାରେ ସରକାର ବଦଳିବା ଦରକାର ବୋଲି କହିଛନ୍ତି ଚୌହାନ। 

ଆଗାମୀ ନିର୍ବାଚନରେ ବିଜେପିକୁ ଲୋକେ ଗ୍ରହଣ କରନ୍ତୁ ଆଉ ଜିତାନ୍ତୁ ବୋଲି ସେ କହିଛନ୍ତି। ଦିଲ୍ଲୀରେ ବିଜେପି ର ସରକାର ହେଉ ଓ ରାଜ୍ୟରେ ବି ବିଜେପିର ସରକାର ଗଠନ ହେଉ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ଅନ୍ୟପଟେ ରାଷ୍ଟ୍ରିୟ ଅଧ୍ଯକ୍ଷ ଅମିତ ଶାହାଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ଚୌହାନ। ସେ ଯାହା କୁହନ୍ତି ତାକୁ କାର୍ଯ୍ୟରେ କରି ଦେଖାନ୍ତି ବୋଲି ସେ କହିଛନ୍ତି। ସେ ଅତ୍ୟନ୍ତ ଚମତ୍କାରୀ ଅଧ୍ୟକ୍ଷ ଓ ସଂଗଠକ। ତ୍ରିପୁରାରେ ବିଜେପି ସରକାର ଗଢିବା କଥା କେହି ଭାବିନଥିଲେ ଯାହା ଅମିତ ଶାହା କରି ଦେଖାଇଦେଲେ। ଓଡ଼ିଶାରେ ମିଶନ ୧୨୦ କାର୍ଯ୍ୟକାରୀ ହେବ ବୋଲି ଶିବରାଜ ସିଂହ ଚୌହାନ କହିଛନ୍ତି।

ସୂଚନାଥାଉ କି, ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ନିମାପଡା ବ୍ଲକ ତୁଳସୀପୁର ଗ୍ରାମପଞ୍ଚାୟତରେ ବିଜେପି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଚୌହାନ। ସଭା ପରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.