ETV Bharat / sitara

କ୍ଷମା ମାଗିଲେ ମିକା, ହଟିଲା ବ୍ୟାନ

ପାକିସ୍ତାନରେ ଗୀତ ଗାଇବା ପରେ ମିକାଙ୍କ ଉପରେ ଅଲ ଇଣ୍ଡିଆ ସିନେ ଆସୋସିଏସନ ଓ ଫେଡରେସନ ଅଫ ଇଣ୍ଡିଆ ସିନେ ଇମ୍ପ୍ଲାଇଜ ବ୍ୟାନ ଲଗାଇଥିଲା । ବୁଧବାର କ୍ଷମା ମାଗି ନିଜ ଭୁଲ ବୁଝିପାରିବାରୁ ମିକାଙ୍କ ଉପରୁ ହଟିଲା ବ୍ୟାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 21, 2019, 11:32 PM IST

ମୁମ୍ବାଇ: ପାକିସ୍ତାନର କରାଚୀରେ ଅଗଷ୍ଟ 8ରେ ବଲିଉଡର ପପୁଲାର ଗାୟକ ମିକା ସିଂହ ଗୀତ ଗାଇ ହଟହଟା ହୋଇଥିଲେ । ଯାହାପରେ ତାଙ୍କ ଉପରେ ବ୍ୟାନ ଲଗାଯାଇଥିଲା । କିନ୍ତୁ ବୁଧବାର ଫେଡରେସନ ଅଫ ଇଣ୍ଡିଆ ସିନେ ଇମ୍ପ୍ଲୋଇଜ ଦ୍ବାରା ତାଙ୍କ ଉପରେ ଲାଗିଥିବା ବ୍ୟାନ ହଟାଇ ଦିଆଯାଇଛି ।

ଦିଲ୍ଲୀରେ ମିକା FWICE ଅଫିସରେ ବୁଧବାର 5.45ରେ ଏକ ବୈଠକରେ ଯୋଗ ଦେଇଥିଲେ । ଯେଉଁଠାରେ ସେ ନିଜ ପ୍ରତିକ୍ରିୟା ରଖି କ୍ଷମା ମାଗିବା ସହ ଆଗାମୀ ଭବିଷ୍ୟତରେ ଏପରି ଭୁଲ କରିବେ ନାହିଁ ବୋଲି କହିଥିଲେ । ଏହି ବୈଠକରେ FWICE ତାଙ୍କ ଉପରୁ ଲଗାଇଥିବା ବ୍ୟାନ ହଟାଇଛନ୍ତି ।

ବୈଠକ ପରେ ସାମ୍ବାଦିକ ସମ୍ମୀଳନୀ ଡକାଇ ମିକା କହିଥିଲେ ଯେ ନନକାନା ସାହେବ ଗୁରୁଦ୍ବାରାଙ୍କ ପାଇଁ ସେ ପାକିସ୍ତାନ ଯାଇଥିଲେ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ତାଙ୍କୁ ପଛରେ ଜଣାପଡିଲା । ସେ ମିଡିଆକୁ ସମ୍ବୋଧିତ କରି ନିଜ ଭୁଲ ମାନିଥିଲେ । ଆଉ ଏପରି ଭୁଲ ସେ ଆଗାମୀ ଜୀବନରେ କରିବେ ନାହିଁ ବୋଲି କହିଥିଲେ । କେବେ ମଧ୍ୟ ସେ ପାକିସ୍ତାନରେ ଗୀତ ଗାଇବେ ନାହିଁ । ଖାଲି ଏତିକି ନୁହେଁ ସେ ପୁରା ଦେଶବାସୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ।

Intro:Body:

gg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.