ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନ ସୋମବାର ନିଜର ଫ୍ୟାନ୍ସ ଏବଂ ଦେଶବାସୀଙ୍କୁ ‘ହିନ୍ଦୀ ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି ।
ସେ ହିନ୍ଦୀରେ ଟ୍ବିଟ କରି ଲେଖିଛନ୍ତି ,‘ଆଜ୍ ହିନ୍ଦୀ ଦିୱସ ପେ ଅନେକ ଅନେକ ଶୁଭକାମନାଏନ୍ ! ଭାରତ କେ କୋନେ କୋନେ ମେଁ ବିଭିନ୍ନ ଭାଷାଏଁ ହୈଁ ୱର ସବକି ସବ ପ୍ରବଳ ହୈଁ । ସାରେ ଜାହାଁସେ ଆଛା ହିନ୍ଦୁସ୍ତାନ ହମାରା’ ।
ତେବେ ହିନ୍ଦୀ ଭାଷା ପ୍ରଥମେ ଭାରତର ବିଧାନସଭା ଦ୍ବାରା 1949 ମସିହା ସେପ୍ଟେମ୍ବର 14 ତାରିଖରେ ଭାରତର ସରକାରୀ ଭାଷା ଭାବରେ ଗ୍ରହଣ କରାଯାଇଥିଲା। ହିନ୍ଦୀକୁ ଭାରତର ଅଫିସିଆଲ ଭାଷା ଭାବରେ ଗ୍ରହଣ କରିବାକୁ 1950 ମସିହା ଜାନୁୟାରୀ 26ରେ ଭାରତର ସମ୍ବିଧାନ ଦ୍ୱାରା ଆଇନଗତ ଅଧିକାର ମିଳିଥିଲା ।
ତେବେ 258 ମିଲିୟନ ଲୋକ ହିନ୍ଦୀକୁ ନିଜର ମାତୃଭାଷା ଭାବରେ ଗ୍ରହଣ କରିଛନ୍ତି । ହିନ୍ଦୀ ଭାଷା ବିଶ୍ବର ଚତୁର୍ଥ ସର୍ବାଧିକ କଥିତ ଭାଷା ଭାବରେ ମାନ୍ୟତା ପାଇଛି ।