ETV Bharat / sitara

ଗୀତ ଗାଇ ବିଗ ବିଙ୍କ ନାତୁଣୀଙ୍କୁ ଇମ୍ପ୍ରେସ କଲେ ମୀଜାନ

author img

By

Published : May 23, 2020, 11:28 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ମୀଜାନଙ୍କ ନୂଆ ଭିଡିଓ । ସେପଟେ ଫିଦା ଉପରେ ତାଙ୍କ ବନ୍ଧୁ ନବ୍ୟା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଜାଭେଦ ଜାଫରୀଙ୍କ ପୁଅ ମୀଜାନ ଜାଫରୀ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ମଲାଲ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ସେ ଫିଲ୍ମଠୁ ଅଧିକ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ । ଦୀର୍ଘ ସମୟରୁ ଏହି ଚର୍ଚ୍ଚା ଜୋର ଧରିଛି ଯେ ବିଗ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନାଭେଲି ନନ୍ଦାଙ୍କୁ ଡେଟ କରୁଛନ୍ତି ସେ । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇସାରିଛି । ଇତିମଧ୍ୟରେ ସେ ନବ୍ୟାଙ୍କ ପାଇଁ ଏମିତି କାମ କରିଛନ୍ତି । ଯାହାଦ୍ବାରା ସମସ୍ତଙ୍କୁ ପୁଣିଥରେ ହିଣ୍ଟ ମିଳୁଛି ଯେ ଦୁଇଜଣଙ୍କ ମଧ୍ୟରେ କିଛି ତ ଅଛି ।

ନିକଟରେ ଅଭିନେତା ନିଜ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଫେମସ ଗାୟକ ଅଦନାନ ସାମିଙ୍କ ପପୁଲାର ଗୀତ 'ଭିଗି ଭିଗି ରାତ ମେଁ' ଗୀତ ଗାଇଥିବାର ନଜର ଆସିଛନ୍ତି।

ଆଉ ଏହାର କ୍ୟାପସନ ଲେଖିଛନ୍ତି, 'ମୋର ଲଟେ ନାଇଟ୍ କ୍ବାରେଣ୍ଟିନ ରୁଟିନ । ପ୍ରତି ଶୁକ୍ରବାର ମୋର କଭର । କୌଣସି ପ୍ରକାରର ଅନୁରୋଧ ପାଇଁ କମେଣ୍ଟ କରନ୍ତୁ । ଭିଗି ଭିଗି ରାତ ମେଁ ମୋର ଫେଭରେଟ।’

ମୀଜାନଙ୍କ ଏହି ପୋଷ୍ଟ ସେୟାର କରିବା ମାତ୍ରେ ନିବ୍ୟାଙ୍କ ହୃଦୟ ହାରି ବସିଥିଲେ । ଆଉ ସଙ୍ଗେ ସଙ୍ଗେ ହାର୍ଟ ଇମୋଜି ତିଆରି କରି କମେଣ୍ଟ କରିଦେଇଥିଲେ ।

ପ୍ରକାଶ ଥାଉକି ମୀଜାନ ଖୁବଶୀଘ୍ର ପ୍ରିୟଦର୍ଶନଙ୍କ ଆଗାମୀ କମେଡି ଡ୍ରାମା ଫିଲ୍ମ ‘ହଙ୍ଗାମା ୨’ରେ ନଜର ଆସିବେ। ତାଙ୍କ ସହ ପରେଶ ରାୱଲ ଏବଂ ଶିଳ୍ପା ସେଟ୍ଟୀଙ୍କ ଭଳି ଅଭିନେତା ମଧ୍ୟ ଦେଖାଯିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.