ହାଇଦ୍ରାବାଦ: କଙ୍ଗନା ରଣାୱତ ତାଙ୍କର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏହିଭଳି ବୟାନ ପାଇଁ ଅନେକ ଥର ସେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଛନ୍ତି। ଗତ ବର୍ଷ ତାଙ୍କ ବିରୋଧରେ 100 ରୁ ଅଧିକ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା, କଙ୍ଗନା ତାଙ୍କ ମତାମତ ନ ଦେଇ ପଛକୁ ହଟିନଥିଲେ। ନିକଟରେ ମନୋଜ ତିୱାରୀ ବଲିଉଡର ପଙ୍ଗା କୁଇନ୍ କଙ୍ଗନାଙ୍କୁ ନେଇ ନିଜ ମତ ରଖିଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ମନୋଜ ତିୱାରୀ କଙ୍ଗନାଙ୍କୁ ପରାମର୍ଶ ଦେଇଛନ୍ତି ଏବଂ ତାଙ୍କ ବ୍ୟବହାରକୁ ଭୁଲ ବୋଲି କହିଛନ୍ତି।
ନିକଟରେ ଏକ ସାକ୍ଷାତକାର୍ରେ ମନୋଜ ରାଜନୀତି ଠାରୁ ଆରମ୍ଭ କରି ଫିଲ୍ମ ଜଗତ ସମସ୍ତଙ୍କୁ ଚର୍ଚ୍ଚା କରିଥିଲେ। ଏହାରି ଭିତରେ ସେ କଙ୍ଗନାଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ଅଭିନେତ୍ରୀ କଙ୍ଗନା ଆପଣଙ୍କୁ କିଭଳି ଲାଗନ୍ତି ? ଏହି ପ୍ରଶ୍ନର ଉତ୍ତରରେ ମନୋଜ କହିଥିଲେ, ଜଣେ କଳାକାର ଭାବେ ଭାଷାର ମର୍ଯ୍ୟାଦା ବା ସଞ୍ଜମତା ରହିବା ଉଚିତ୍ । ଜଣେ କଳାକାରଙ୍କ ମଧ୍ୟ ନିଜର ଧର୍ମ ରହିଛି । ଯଦି ରାଜନୀତିରେ ଆସିଯାଆନ୍ତି, ତେବେ ମାମଲା ଅଲଗା । ଆପଣଙ୍କର ଚିନ୍ତାଧାରାକୁ ଏତେ ଖୋଲା ରଖନ୍ତୁ ନାହିଁ ଯେ, ସିଧା କାହା ଉପରେ ଆକ୍ରମଣ କରିବେ ।
ସେ ଆହୁରି ମଧ୍ୟ କହିଛନ୍ତି, ସୁଶାନ୍ତଙ୍କ ବିଷୟରେ ସେ ଯାହା କହିଥିଲେ ତାହା ବୁଝାପଡୁଥିଲା କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ପ୍ରତି ତାଙ୍କର ଯେଉଁ ମନୋଭାବ ଥିଲା, ଅତ୍ୟନ୍ତ କଠୋର ଥିଲା। ତାହା ଠିକ ନଥିଲା। ମର୍ଯ୍ୟାଦାର ପାଳନ କରିବା ଉଚିତ୍। ନିଜ କଥା କୁହ କିନ୍ତୁ କାହାର ନାମକୁ ଅସମ୍ମାନର ସହିତ ନେବା ଆମ ଦେଶର ସଂସ୍କୃତିରେ ନାହିଁ । ଯଦି କେହି ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି, ତେବେ ତାଙ୍କୁ ସମ୍ମାନ ଦେବା ଆବଶ୍ୟକ, ତାଙ୍କ ପଦର ସମ୍ମାନ ଅଛି । ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତିଙ୍କ ସହ ମଧ୍ୟ ସମାନ ଅବସ୍ଥା। ବିରୋଧ କରନ୍ତୁ କିନ୍ତୁ ଭାଷାରେ ଏକ ମର୍ଯ୍ୟାଦା ରହିବା ଉଚିତ୍ । କଙ୍ଗନା ଭାଷାରେ ମର୍ଯ୍ୟାଦା ହରାଇବସନ୍ତି ।
ତେବେ କଙ୍ଗନା ଏପର୍ଯ୍ୟନ୍ତ ଏହାଉପରେ କୌଣସି ବୟାନ ଦେଇନାହାଁନ୍ତି । କଙ୍ଗନା ଖୁବ୍ ଶୀଘ୍ର ଏକତା କପୁରଙ୍କ ଶୋ 'ଲକ୍ ଅପ୍'ର ହୋଷ୍ଟ କରିବାକୁ ଯାଉଛନ୍ତି । ଏଥିସହିତ ତାଙ୍କ ଚଳଚ୍ଚିତ୍ର 'ଧାକଡ' ଏବଂ 'ତେଜସ୍' ମଧ୍ୟ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ