ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡ ପାଇଁ କାଳ ସାଜିଛି । ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ତାଙ୍କ ଫ୍ୟାନ୍ସ । ସେହିପରି କିଛି ସେଲିବ୍ରିଟି ମଧ୍ୟ ବଲଉଡର ପରିବାରବାଦ ବିରୋଧରେ ନିଜ ସ୍ବର ଉଠାଉଛନ୍ତି । ଆଉ ଏବେ ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ମଧ୍ୟ ବଲିଉଡ ମାଫିଆଙ୍କ ଉପରେ ପ୍ରଶ୍ନ ପଚାରିଛନ୍ତି । ଏହାସହ ସେ ତାଙ୍କ ଆତ୍ମହତ୍ୟାରେ ସିବିଆଇ ଯାଞ୍ଚ ପାଇଁ ଦାବି ମଧ୍ୟ କରିଛନ୍ତି ।
ମନୋଜ ସୋମବାର ପାଟନାରେ ପହଞ୍ଚି ସୁଶାନ୍ତଙ୍କ ପରିବାର ସହ ସାକ୍ଷାତ କରି ସମ୍ବେଦନା ବ୍ୟକ୍ତ କରିଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ସେ ବଲିଉଡରେ ଚାଲିଥିବା ପରିବାରବାଦ, ମାଫିଆଗିରି, ଗୁଣ୍ଡରାଜ ବିଷୟରେ ସମାଲୋଚନା କରି ମନ କଥା ବଖାଣିଛନ୍ତି । ଯାହାର ଶିକାର ହୋଇ ସୁଶାନ୍ତ ନିଜ ଜୀବନ ହାରିଛନ୍ତି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଯେତେବେଳେ ଛୋଟ ସହରର ପିଲା ବଲିଉଡକୁ ଯାଆନ୍ତି, ସେଠାରେ ତାଙ୍କ ପାଇଁ ଏକ ବିପରୀତ ପରିସ୍ଥିତି ଥାଏ । ଏପରି ପରିସ୍ଥିତିରେ ଯଦି ତୁମେ ତୁମର କାମ ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିବା ଆରମ୍ଭ କର ତେବେ ତୁମକୁ ଅଟକାଇବା ପାଇଁ ଅନେକ ବଳ ପ୍ରୟଗ କରାଯାଏ । ଅଳ୍ପ ବୟସରେ ମା'ଙ୍କ ହରାଇବା ପରେ ମଧ୍ୟ ସୁଶାନ୍ତ ନିରାଶ ହୋଇନଥିଲେ । କିନ୍ତୁ ବଡ ପ୍ରଶ୍ନ ହେଉଛି ଯେ ସେ ହେଉଛି ଯେ ସେ ବଲିଉଡକୁ ନେଇ ନିରାଶ ଥିଲା । ଯାହାପାଇଁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ।
କେଉଁ ପରିସ୍ଥିତିରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି, ଏହା ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯାଉ । ତାଙ୍କ ଆତ୍ମହତ୍ୟା ପାଇଁ ଯିଏ ଦୋଷୀ ସେମାନଙ୍କୁ ଦଣ୍ଡ ଦିଆଯାଉ । ତାଙ୍କ ପରିବାର ସିବିଆଇ ତଦନ୍ତ ଦାବି କରୁଛନ୍ତି ଆଉ ସେ ମଧ୍ୟ ଚାହୁଁଛନ୍ତି ମହାରାଷ୍ଟ୍ର ସରକାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି ମନୋଜ ।