ହାଇଦ୍ରାବାଦ: ଅଭିନେତା ଅର୍ଜୁନ କପୁରଙ୍କ ସାନ ଭଉଣୀ ଅନସୁଲା କପୁର ଆଜି ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ଅର୍ଜୁନଙ୍କ ଲେଡିଲଭ ମଲାଇକା ଅରୋରା ମଧ୍ୟ ଅନସୁଲାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।
ଏବେ ଅର୍ଜୁନ ଗୋଆରେ ମଲାଇକା ଏବଂ ତାଙ୍କ ଭଉଣୀ ଅମୃତା ଅରୋରାଙ୍କ ପରିବାର ସହିତ ଛୁଟିରେ ଏଞ୍ଜଏ କରୁଛନ୍ତି ।
ଗତକାଲି ରାତିରେ ଜାହ୍ନବୀ କପୁର ଏବଂ ଖୁସି କପୁର ଅନସୁଲାଙ୍କ ସହ ଏକ ସପ୍ରାଇଜ ବର୍ଥ ଡେ ସେଲିବ୍ରେଟ କରିଥିଲେ ।
ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନସୁଲାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ, "ଜନ୍ମଦିନର ଶୁଭେଚ୍ଛା @ ଅନସୁଲାକପୁର" ।
ଯାହାର ଉତ୍ତରରେ ଅନସୁଲା ଲେଖିଛନ୍ତି, "ଧନ୍ୟବାଦ ମଲା" ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ