ETV Bharat / sitara

Bridal Lookରେ ହଟି ମଲାଇକା, ଅର୍ଜୁନଙ୍କ ସହ ବିବାହକୁ ନେଇ ଉତ୍ସାହିତ ଫ୍ୟାନ୍ସ

author img

By

Published : Oct 17, 2021, 6:25 PM IST

ବଲିଉଡ଼ ଡିଭା ମଲାଇକା ଅରୋରା ସୋସିଆଲ ମିଡିଆରେ ସେୟାର କଲେ ବ୍ରାଇଡାଲ ଲୁକ୍‌ । ଅର୍ଜୁନଙ୍କ ସହ ବିବାହକୁ ନେଇ ଫ୍ୟାନ୍ସ ହେଲେ ଉତ୍ସାହିତ । ଅଧିକ ପଢନ୍ତୁ...

Bridal Lookରେ ହଟି ମଲାଇକା, ଅର୍ଜୁନଙ୍କ ସହ ବିବାହକୁ ନେଇ ଉତ୍ସାହିତ ଫ୍ୟାନ୍ସ
Bridal Lookରେ ହଟି ମଲାଇକା, ଅର୍ଜୁନଙ୍କ ସହ ବିବାହକୁ ନେଇ ଉତ୍ସାହିତ ଫ୍ୟାନ୍ସ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଆୟୋଜିତ ଏକ ଫ୍ୟାଶନ ଶୋ'ର ର୍ୟାମ୍ପରେ ବ୍ରାଇଡାଲ ଲୁକରେ ନଜର ଆସିଛନ୍ତି ବଲିଉଡ଼ ଡିଭା ମଲାଇକା ଅରୋରା । ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ହ୍ବାଇଟ ଗାଉନ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ମଲାଇକାଙ୍କ ଏହି ବ୍ରାଇଡାଲ ଅବତାର ଦେଖିବା ପରେ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ବିବାହକୁ ନେଇ ଫ୍ୟାନ୍ସ କରିଛନ୍ତି ଚର୍ଚ୍ଚା ।

ମଲାଇକାଙ୍କ ଏହି ଫଟୋକୁ ଦେଖି ଅର୍ଜୁନଙ୍କ ସହିତ ତାଙ୍କ ବିବାହକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଫ୍ୟାନ୍ସ । ଏହି ବ୍ରାଇଡାଲ ଲୁକ ସହିତ ଫିଟ ଥିବା ମଲାଇକା ଲାଗୁଛନ୍ତି ଖୁବ ସୁନ୍ଦର । ଡିଜାଇନର ଡେଜି ମାର୍ଟିନ ଅର୍ଜୁନାଙ୍କ ପୋଷାକକୁ ପିନ୍ଧିଛନ୍ତି ମଲାଇକା । ମଲାଇକା ସୋସିଆଲ ମିଡ଼ିଆରେ ଏହି ଫଟୋ ସେୟାର କରିବା ପରେ ସେ ଅର୍ଜୁନଙ୍କୁ କେବେ ବିବାହ କରୁଛନ୍ତି ବୋଲି ଫ୍ୟାନ୍ସମାନେ ପ୍ରଶ୍ନ କରିଛନ୍ତି । ଏହାସହିତ କିଛି ଫ୍ୟାନ୍ସ ତାଙ୍କ ଲୁକ୍‌କୁ ଖୁବ ପସନ୍ଦ କରିଛନ୍ତି ।

ଏକ ବ୍ରୋକେନ ଫ୍ୟାମିଲିରୁ ଅର୍ଜୁନ ଆସିଥିଲେ ମଧ୍ୟ ସେ ବିବାହ ଉପରେ ବିଶ୍ବାସ ରଖନ୍ତି । ତେବେ ତାଙ୍କ ବିବାହ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନରେ ପୂର୍ବରୁ ଅର୍ଜୁନ କହିଥିଲେ ଯେ, ସେ ବିବାହ ଉପରେ ବିଶ୍ବାସ ରଖନ୍ତି । ସେ ନିଜ ଚାରିପାଖରେ ଅନେକ ଦମ୍ପତିଙ୍କୁ ଖୁସିରେ ଜୀବନ ଅତିବାହିତ କରୁଥିବା ଦେଖିଛନ୍ତି । ସେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଚ୍ଛୁକ । କିନ୍ତୁ ସେ ଜଲଦି ଜଲଦିରେ କୌଣସି ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି । ବର୍ତ୍ତମାନ ସେ ଏକ ସମ୍ପର୍କରେ ବିଭିନ୍ନ ଜିନିଷକୁ ପରଖିବାକୁ ଚାହୁଁଛନ୍ତି । ସମ୍ପର୍କର ଖଟା ମିଠା ସ୍ବାଦ ଚାଖିବା ପରେ ଏହି ସମ୍ପର୍କ କେଉଁ ଦିଗକୁ ନେଉଛି ତାହା ସେ ବର୍ତ୍ତମାନ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ତେବେ ଆଗକୁ ଅର୍ଜୁନ ଏକ ଭିଲେନ ରିଟର୍ଣ୍ଣସରେ ନଜର ଆସିବାକୁ ଯାଉଛନ୍ତି । ଅନ୍ୟପଟେ ମଲାଇକା India's Best Dancer 2ରେ ଜଜ୍‌ ଭାବେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.