ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ଲଭ ଷ୍ଟୋରୀକୁ କିଏ ବା ନଜାଣେ । ମଲାଇକା ଏବଂ ଅର୍ଜୁନ ଜଣେ ଅନ୍ୟ ଜଣଙ୍କର ଦିଓ୍ବାନା, ଏଥିରେ କୌଣସି ସନ୍ଦେହ ନାହିଁ । ଆଜି ଭାଲେଣ୍ଟାଇନ୍ସ ଡେ'ରେ ପୁଣି ଥରେ ମଲାଇକା ଅରୋରା କହିଛନ୍ତି ଯେ, ଅର୍ଜୁନ କପୁର କେବଳ ତାଙ୍କର । ଅର୍ଜୁନଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ମଲାଇକା ନିଜର ପ୍ରେମ ବ୍ୟକ୍ତ କରିଛନ୍ତି।
ଏହା ବି ପଢନ୍ତୁ: ଏୟାରପୋର୍ଟରେ ଅରବାଜଙ୍କୁ ଆଲିଙ୍ଗନ କଲେ ମଲାଇକା, ଭିଡିଓ ଭାଇରାଲ
- " class="align-text-top noRightClick twitterSection" data="
">
ମଲାଇକା ସେୟାର କରିଛନ୍ତି ରୋମାଣ୍ଟିକ୍ ଫଟୋ
ମଲାଇକା ଅରୋରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅର୍ଜୁନ କପୁରଙ୍କୁ ଆଲିଙ୍ଗନ କରୁଥିବା ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ, ମଲାଇକା ଆଖି ବନ୍ଦ କରି ଦେଇଛନ୍ତି ଏବଂ ସ୍ନେହରେ ଅର୍ଜୁନଙ୍କୁ ଆଲିଙ୍ଗନ କରୁଛନ୍ତି । ଅର୍ଜୁନ ମଲାଇକାଙ୍କ କପାଳରେ ଚୁମ୍ବନ ଦେଉଥିବାର ଦେଖାଯାଇଛି । ମଲାଇକା ଫଟୋ କ୍ୟାପସନ୍ ଦେଇଛନ୍ତି- 'ମୋର ❤️ ' । ଫଟୋରେ, ମଲାଇକା ଧଳା ରଙ୍ଗର ଏକ କୋ-ଅର୍ଡ ସେଟ୍ ପିନ୍ଧିଛନ୍ତି । ଅର୍ଜୁନ କପୁରଙ୍କୁ କଳା ଟି-ସାର୍ଟ ଏବଂ ପାଇଜାମାରେ ଦେଖିବାକୁ ମିଳିଛି । ଉଭୟଙ୍କ ଏହି ରୋମାଣ୍ଟିକ୍ ଫଟୋକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି ।
ଏହା ବି ପଢନ୍ତୁ: ଅର୍ଜୁନ କପୁରଙ୍କ ନୂଆ ଯାତ୍ରା ଆରମ୍ଭ, ଫଟୋ ସେୟାର କରି ଗର୍ଲଫ୍ରେଣ୍ଡଙ୍କୁ ଜଣାଇଲେ ଧନ୍ୟବାଦ
ଫଟୋରେ ଟ୍ବିଙ୍କଲ ଖାନ୍ନାଙ୍କ କମେଣ୍ଟ
ଟ୍ବିଙ୍କଲ ଖାନ୍ନା ଫଟୋ ଉପରେ କମେଣ୍ଟ ଦେଇଛନ୍ତି - Aww । ଏଥିସହିତ ମହିପ କପୁର, ରାହୁଲ ଖାନ୍ନା, ଗାୟକ ଲିସା ମିଶ୍ର ଉଭୟଙ୍କୁ କ୍ୟୁଟ କହି ହୃଦୟ ଇମୋଜି ସେୟାର କରିଛନ୍ତି । ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଦୁହେଁ ପରସ୍ପରକୁ ଅନେକ ଦିନରୁ ଡେଟ କରୁଛନ୍ତି । ସର୍ବସାଧାରଣରେ ଯଦିଓ ଜଣେ ଅନ୍ୟ ଜଣଙ୍କ ବିଷୟରେ କଥା ହୁଅନ୍ତି, କିନ୍ତୁ ଇନଷ୍ଟାଗ୍ରାମରେ ଦୁହେଁ ନିଜ ରିଲେସନସିପକୁ ପ୍ରଥମରୁ ଅଫିସିଆଲ କରିଦେଇଛନ୍ତି । ଦୁହିଁଙ୍କୁ ସବୁବେଳେ ଏକାଠି ପାର୍ଟି କରୁଥିବାର ଏବଂ ଛୁଟି ଦିନରେ ବୁଲିବାକୁ ଯାଉଥିବାର ଦେଖାଯାଏ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ