ମୁମ୍ବାଇ: ବଲିଉଡ ଅଭିନେତ୍ରୀଙ୍କ କଥା ଆସିବା ମାତ୍ରେ ଦର୍ଶକ ତାଙ୍କ ବୋଲ୍ଡନେସ ଏବଂ ବିନ୍ଦାସ ଅନ୍ଦାଜ ଉପରେ ନଜର ପକାଇ ବସିଥାଆନ୍ତି । ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି । ଯିଏ ନିଜ ବୋଲ୍ଡନେସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସମସ୍ତଙ୍କ ମଧ୍ୟରେ ବି-ଟାଉନର ମୁନ୍ନି ତଥା ମଡେଲ ଅଲାଇକା ଅରୋରାଙ୍କ ପରିଚୟ ଟିକେ ହଟକେ । ଏହି ସେକ୍ସୀ ଅଭିନେତ୍ରୀଙ୍କ ଆଜି 46ତମ ଜନ୍ମଦିନ । ହୁଏତଃ ସେ 46 ବର୍ଷରେ ପାଦ ଥାପିଛନ୍ତି, କିନ୍ତୁ ଆଜି ମଧ୍ୟ ସେ ନବାଗତ ଅଭିନେତ୍ରୀଙ୍କୁ ନିଜ ଫିଟନେସରେ କଡା ଟକ୍କର ଦେଉଛନ୍ତି । ସେ ଏତେ ଫିଟ୍ ଯେ ଆଜି ମଧ୍ୟ ବିକିନି ପିନ୍ଧି ହଜାର ହଜାର ଦର୍ଶକଙ୍କ ମନ କିଣିବାରେ ସଫଳ ହେଉଛନ୍ତି ।
ମଲାଇକା ପ୍ରାୟତଃ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିକିନି ଫଟୋ ସେୟାର କରୁଥିବାର ନଜର ଆସନ୍ତି । ଅନେକ ଫଟୋ ପାଇଁ ସେ ଟ୍ରୋଲର୍ସଙ୍କ ଶିକାର ମଧ୍ୟ ହୋଇସାରିଛନ୍ତି । କିନ୍ତୁ ସେ କେବେ ମଧ୍ୟ ଟ୍ରୋଲର୍ସଙ୍କ ଖାତିରି କରନ୍ତି ନାହିଁ । ମଲାଇକାଙ୍କ ଏହି ବିନ୍ଦାସ ଅନ୍ଦାଜ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରୁଛି ।
ମଲାଇକା ନିଜ କ୍ୟାରିୟର ଆରମ୍ଭ ବିଜେ ରୂପେ କରିଥିଲେ । ସେ ଏମଟିଭି ଚ୍ୟାନେଲ ପାଇଁ କାମ କରୁଥିଲେ । ସେ ମଡେଲିଂ ପରେ ଏକ ଆଲବମ ଏବଂ ଆଉଟମ ନମ୍ବର ଜରିଆରେ ବଡ ପରଦାରେ ଏଣ୍ଟ୍ରି ମାରିଥିଲେ । ତାଙ୍କ ଫେମସ ଗୀତ ‘ଛୟାଂ ଛୟାଂ‘ ଆଜି ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ପସନ୍ଦୀୟ ଗୀତ ମଧ୍ୟରୁ ଅନ୍ୟତମ ।
ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ମିଡିଆକୁ କହିବାରେ କେବେ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ । ସେ ପୁରା ବିନ୍ଦାସ ଅନ୍ଦାଜରେ ସବୁ ବୟାନ ଦିଅନ୍ତି । ପ୍ରକାଶ ଥାଉକି ଅଭିନେତା ଅରବାଜ ଖାନଙ୍କ ଠାରୁ ଛାଡପତ୍ର ନେଲା ପରେ ମଲାଇକା ହ୍ୟାଣ୍ଡସମ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରିବା ଆରମ୍ଭ କରିଥିଲେ । ଏହି ବିଷୟରେ ସେ ଅନେକ ଥର ସାକ୍ଷାତକାରରେ ଖୁଲାସା କରିସାରିଛନ୍ତି । ଆଉ ଦୁଇଜଣଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥାଏ । କେବେ ହାତରେ ହାତ ଧରି ଭ୍ରମଣ କରୁଥିବାର ନଜର ଆସନ୍ତି ତ ଆଉ କେବେ ଗୋଟିଏ ପ୍ରକାର ଆଉଟଫିଟରେ ।
ମଲାଇକା, ଅର୍ଜୁନଙ୍କ ଠାରୁ 11 ବର୍ଷ ବଡ । ଏହି କାରଣ ପାଇଁ ଦୁଇଜଣଙ୍କ ରିଲେସନଶିପ ଉପରେ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥାଏ । ଦୁଇଜଣଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରିସାରିଲେଣି ୟୁଜର୍ସ । ଏକଦା ଟ୍ରୋଲର୍ସଙ୍କ ଉପରେ ରାଗି ମଲାଇକା କଡା ଜବାବ ଦେଇ କହିଥିଲେ କି ତାଙ୍କୁ ବୟସର ପାର୍ଥକ୍ୟରେ କୌଣସି ଫରକ ପଡୁନାହିଁ ।
ମଲାଇକା ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଅରବାଜଙ୍କ ସହ ଲଭ ମ୍ୟାରେଜ କରିଥିଲେ । ଦୁଇଜଣଙ୍କ ସାକ୍ଷାତ ଏକ କଫି ବିଜ୍ଞାପନର ସୁଟିଂ ସମୟରେ ହୋଇଥିଲା । ବିବାହର 19 ବର୍ଷ ପରେ ଦୁଇଜଣ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ ।