ନୂଆଦିଲ୍ଲୀ : ସର୍ବଦା ଚର୍ଚ୍ଚାରେ ଏବଂ ସମସ୍ତଙ୍କ ମନ କିଣିଥାଏ ସୁପରଷ୍ଟାର ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗବସ’ । ଏବେ ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ ବିଗବସ୍ ୧୫କୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ସଲମାନ ଏହି ସୋ’ର ହୋଷ୍ଟ ହୋଇଥିବାରୁ ଏହି ଶୋକୁ ଅଧିକ ପସନ୍ଦ କରାଯାଏ ।
ସୂଚନାନୁସାରେ, ‘ବିଗ୍ ବସ୍’ ୧୫ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯାହାକୁ ନେଇ ନିର୍ମାତାମାନେ ଏହି ଶୋ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ବର୍ଷ ଶୋରେ ସେଲିବ୍ରିଟିମାନଙ୍କ ସହିତ ସାଧାରଣ ଲୋକ ମଧ୍ୟ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସୂଚନାନୁସାରେ, ଏବେ ନିର୍ମାତା ଚଳିତ ବର୍ଷ ଏହି ଶୋ ପାଇଁ ରିଆ ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ଭାଗ ନେବା ପାଇଁ ଆପ୍ରୋଚ୍ କରିଛନ୍ତି ।
ବିଗବସ୍ ର ନିର୍ମାତା ଏହି ଶୋ’ରେ ଭାଗ ନେବାକୁ ରିଆଙ୍କ ସହିତ ସଂର୍ପକ କରିଛନ୍ତି । ଏଥିସହିତ କୁହାଯାଉଛି ଯେ ଯଦି ରିଆ ଶୋ’ରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେବେ ତେବେ ନିର୍ମାତାମାନେ ଅଙ୍କିତାଙ୍କୁ ମଧ୍ୟ ନିମନ୍ତ୍ରଣ କରିବେ । କିନ୍ତୁ ନିର୍ମାତାଙ୍କ ଦ୍ବାରା ଏହି ଖବରକୁ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ ।
ପ୍ରକାଶ ଥାଉ ଯେ, ‘ବିଗ୍ ବସ୍’ ୧୫ ପାଇଁ ନିର୍ମାତା ଦିଶା ଭକାନି, ଦିଶା ପରମାର,ସୁରଭି ଚନ୍ଦନା,କୃଷ୍ଣା ଅଭିଷେକ,ନେହା ମର୍ଦା,ଜେନିଫରଙ୍କୁ ମଧ୍ୟ ଆପ୍ରୋଚ୍ କରିଛନ୍ତି । ତେବେ ଫାଇଲ ଲିଷ୍ଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।