ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତକୁ ବିରୋଧ କଲା ମହାରାଷ୍ଟ୍ର ସରକାର - ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ଜବବା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି । ଏହି ସମୟରେ ମହାରାଷ୍ଟ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଉତ୍ତର ଦାଖଲ କରିଛନ୍ତି । ସିବିଆଇ ତଦନ୍ତକୁ ମହାରାଷ୍ଟ୍ର ସରକାର ବିରୋଧ କରିଛନ୍ତି ।

maharastra govt. files responce  in SC
ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା
author img

By

Published : Aug 8, 2020, 10:30 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି । ଏହି ସମୟରେ ମହାରାଷ୍ଟ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଉତ୍ତର ଦାଖଲ କରିଛନ୍ତି । ସିବିଆଇ ତଦନ୍ତକୁ ମହାରାଷ୍ଟ୍ର ସରକାର ବିରୋଧ କରିଛନ୍ତି । ମହାରାଷ୍ଟ୍ର ସରକାର ତଦନ୍ତର ଅଗ୍ରଗତି ରିପୋର୍ଟକୁ ସର୍ବୋଚ୍ଚ ନ୍ୟାୟାଳୟରେ ସିଲ୍ ବନ୍ଦ ଚିଠିରେ ଦାଖଲ କରିଛନ୍ତି ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ମହାରାଷ୍ଟ୍ର ସରକାର ବିହାର ଉପରେ ଅନେକ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ସରକାର କହିଛନ୍ତି ଯେ ବିହାର ସରକାର ଏ ପ୍ରସଙ୍ଗରେ ନିୟମ ବିରୁଦ୍ଧରେ କାର୍ଯ୍ୟ କରିଛନ୍ତି । ବିହାର ସରକାର କେବଳ ଜିରୋ ଅଭିଯୋଗ ରେଜିଷ୍ଟ୍ରର କରିବାର ଅଧିକାର ପାଇଥିଲେ । ସେମାନେ ଏକ ଅଭିଯୋଗ ଦାଖଲ କରି ଆମକୁ ପଠାଇଥାନ୍ତେ ।

ମହାରାଷ୍ଟ୍ର ସରକାର କହିଛନ୍ତି ଯେ ଅଭିଯୋଗ ରେଜିଷ୍ଟ୍ରର କରି ବିହାର ପୋଲିସ ତଦନ୍ତ ଆରମ୍ଭ କରିଛି ଯାହାର କୌଣସି ଅଧିକାର ନାହିଁ । ଯେତେବେଳେ ଅନୁସନ୍ଧାନ ବେଆଇନ, ବିହାର ସରକାର କିପରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିପାରିବେ ? ସିବିଆଇ ତଦନ୍ତର ସୁପାରିଶକୁ ମଧ୍ୟ କେନ୍ଦ୍ର ଗ୍ରହଣ କରିଛି ।

ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ କହିଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ସରକାରଙ୍କ ସିବିଆଇ ଯାଞ୍ଚ ସୁପାରିଶ କରିବା ଉଚିତ୍ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.