ETV Bharat / sitara

ମହାରାଷ୍ଟ୍ରରେ ‘ପାନିପତ’ ଟ୍ୟାକ୍ସ ଫ୍ରି

ଗତ ବର୍ଷ ରିଲିଜ ହୋଇଥିବା ଅର୍ଜୁନ କପୁରଙ୍କ ଅଭିନୀତ ଫିଲ୍ମ ‘ପାନିପତ’ ମେକର୍ସଙ୍କୁ ମିଳିଲା ଗୁଡନ୍ୟୁଜ । ରିଲିଜର ଏତେ ଦିନପରେ ମହାରାଷ୍ଟ୍ରରେ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ।

author img

By

Published : Jan 9, 2020, 9:22 PM IST

film panipat
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ କପୁର

ମୁମ୍ବାଇ: ଓସ୍କାର ନୋମିନେଟେଡ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ଐତିହାସିକ ଡ୍ରାମା ଫିଲ୍ମ ‘ପାନିପତ’କୁ ମହାରାଷ୍ଟ୍ରରେ ଟ୍ୟାକ୍ସ ଫ୍ରି କରିଦିଆଯାଇଛି । ଏହି ଅବସରରେ ଆଶୁତୋଷ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟରରେ ଧନ୍ୟବାଦ ଜଣାଇଛନ୍ତି । ‘ପାନିପତ’ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛନ୍ତି ଅର୍ଜୁନ କପୁର, ସଞ୍ଜୟ ଦତ୍ତ, କ୍ରିତି ସାନନ ଓ ଜୀନତ ଅମାନ ଭଳି କଳାକାର ।

ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ଟ୍ବିଟରେ ଆଶୁତୋଷ ଲେଖିଛନ୍ତି, ‘ଆପଣଙ୍କ ଋଣି । ମରାଠାର ଗର୍ବକୁ ହ୍ୟାଶଟ୍ୟାଗପାନିପତ ଜରିଆରେ ପରଦାରେ ଆଣିବାର ପ୍ରୟାସକୁ ଟ୍ୟାକ୍ସ ଫ୍ରି କରିବାରୁ ମୁଖମୁନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଧନ୍ୟବାଦ ।’

ପ୍ରକାଶ ଥାଉକି ଫିଲ୍ମରେ ମରାଠା ଓ ଆଫଗାନି ସୁଲତାନ ସହ ତୃତୀୟ ପାନିପଥ ଯୁଦ୍ଧକୁ ନେଇ ଆଧାରିତ । ଫିଲ୍ମରେ ମରାଠା ଯୋଦ୍ଧା ସଦାଶିବ ଭାଉ ଭୂମିକାରେ ଅର୍ଜୁନ ନଜର ଆସୁଥିବା ବେଳେ ସଞ୍ଜୟ ଆଫଗାନି ସୁଲତାନଙ୍କ ଭୂମିକାରେ ଦେଖାଯାଉଛନ୍ତି । ଗତ ବର୍ଷ ଡିସେମ୍ବର 6ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.