ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସରେ ସିବିଆଇ ଯାଞ୍ଚ ଦାବି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏହି ମାମଲାରେ ସିବିଆଇ ଯାଞ୍ଚ ପାଇଁ ଅପିଲ କରିଥିଲେ । ବର୍ତ୍ତମାନ ଏହି ମାମଲାରେ ଏବେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ଯାଞ୍ଚର ଆବଶ୍ୟକ ନାହିଁ।
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ସୁଶାନ୍ତ ସିଂ ରାଜପୁତଙ୍କ ମୃ୍ତ୍ୟୁ ମାମଲାରେ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ କରୁଛି । ତେଣୁ ଏଥିରେ ସିବିଆଇ ଯାଞ୍ଚର କୌଣସି ଆବଶ୍ୟକତା ଅନୁଭବ ହେଇନାହିଁ।’
-
Mumbai police are doing a detailed inquiry in Sushant Singh Rajput's death case. There is no need for Central Bureau of Investigation inquiry: Anil Deshmukh, Home Minister Maharashtra (file pic) pic.twitter.com/34wfHmw89u
— ANI (@ANI) July 17, 2020 " class="align-text-top noRightClick twitterSection" data="
">Mumbai police are doing a detailed inquiry in Sushant Singh Rajput's death case. There is no need for Central Bureau of Investigation inquiry: Anil Deshmukh, Home Minister Maharashtra (file pic) pic.twitter.com/34wfHmw89u
— ANI (@ANI) July 17, 2020Mumbai police are doing a detailed inquiry in Sushant Singh Rajput's death case. There is no need for Central Bureau of Investigation inquiry: Anil Deshmukh, Home Minister Maharashtra (file pic) pic.twitter.com/34wfHmw89u
— ANI (@ANI) July 17, 2020
ପ୍ରକାଶ ଥାଉକି ଜୁନ 14 ତାରିଖରେ ସୁଶାନ୍ତ ନିଜ ନିବାସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାପରଠୁ ଏଯାବତ ମୁମ୍ବାଇ ପୋଲିସ ତଦନ୍ତ କରିଆସୁଛି। ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ଲୋକଙ୍କ ବୟାନ ମଧ୍ୟ ରେକର୍ଡ କରିସାରିଲାଣି ପୋଲିସ।