ETV Bharat / sitara

‘ମୁମ୍ବାଇରେ ରହିବାକୁ କଙ୍ଗନାଙ୍କ ନାହିଁ ନୈତିକ ଅଧିକାର’

author img

By

Published : Sep 4, 2020, 3:46 PM IST

ଅଭିନେତ୍ରୀ କଙ୍ଗନାଙ୍କୁ ନେଇ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ । କିଛି ଦିନ ହେବ ମୁମ୍ବାଇ ବିରୋଧରେ କହିଆସୁଥିବାରୁ ତାଙ୍କୁ ନେଇ ଏପରି ପ୍ରତିକ୍ରିୟା ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବିବାଦରେ ରହିବାକୁ ସବୁବେଳେ ଭଲ ପାଆନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ । ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ପରଠୁ ସେ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ଠୁ ନେଇ ରାଜନେତାଙ୍କୁ କଡା ଜବାବ ଦେଇ ଆସୁଛନ୍ତି । ନିକଟରେ ସେ ଶିବସେନା ନେତା ସଞ୍ଜୟ ରାଉତଙ୍କ ଏକ ଟ୍ବିଟର ଜବାବ ଦେଇ କହିଥିଲେ ଯେ ମୁମ୍ବାଇରେ ବର୍ତ୍ତମାନ କାଶ୍ମୀର ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠାରେ ରହିବା କଷ୍ଟଦାୟକ । ଏହାସହ ସେ ମୁମ୍ବାଇ ପୋଲିସର କାର୍ଯ୍ୟକୁ ମଧ୍ୟ ନିନ୍ଦା କରିଥିଲେ । ଏହି ପ୍ରତିକ୍ରିୟା ପରେ ତାଙ୍କର ଖୁବ୍ ସମାଲୋଚନା ହୋଇଛି । ଯାହାପରେ ତାଙ୍କୁ କଡା ଜବାବ ଦେଇଥିଲେ ସଞ୍ଜୟ । ଇତିମଧ୍ୟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କ ଉପରେ ଆଶ୍ଚର୍ଯ୍ୟକର ବୟାନ ଦେଇ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

କଙ୍ଗନାଙ୍କ କାଶ୍ମୀର ବୟନକୁ ଆଧାର କରି ଅନିଲ କହିଛନ୍ତି, ‘ଯଦି କଙ୍ଗନା ମୁମ୍ବାଇ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ତେବେ ତାଙ୍କ ପାଖରେ ନୈତିକ ଅଧିକାର ନାହିଁ ମୁମ୍ବାଇରେ ରହିବା ପାଇଁ ।’

ପ୍ରକାଶ ଥାଉକି କଙ୍ଗନା ଲଗାତାର ମୁମ୍ବାଇ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ କରିଆସୁଛନ୍ତି । ନିକଟରେ ଦେଇଥିବା ବୟାନରେ ସେ ମୁମ୍ବାଇ ବିରୋଧରେ ଅନେକ କଥା କହିଥିଲେ । ତାଙ୍କ ଅନୁଯାୟୀ ମୁମ୍ବାଇ ବର୍ତ୍ତମାନ ସୁରକ୍ଷିତ ନାହିଁ, ଆଉ ଏବେ ପରିସ୍ଥିତି ପାକିସ୍ତାନ ଆଉ କାଶ୍ମୀର ପରି ଲାଗୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.