ମୁମ୍ବାଇ: 'ଇଣ୍ଡିଆ ଲକଡାଉନ'ର ଟିଜର ପୋଷ୍ଟର ସେୟାର କରିଛନ୍ତି ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର। ଏହି ଚଳଚିତ୍ର ଆସନ୍ତା ସପ୍ତାହରେ ରିଲିଜ୍ ହେବ। ତେବେ ଏନେଇ ଖୋଦ୍ ନିର୍ମାତା ନିଜର ଟ୍ବିଟ ହ୍ୟାଣ୍ଡେଲ ସାଇଟରେ ସୂଚନା ଦେଇ କହିଛନ୍ତି।
ପୋଷ୍ଟର ସହିତ ଭଣ୍ଡାରକର ଲେଖିଛନ୍ତି,'' ଫିଲ୍ମ ଇଣ୍ଡିଆ ଲକଡାଉନ ରିଲିଜ୍ ହେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ। ଆସନ୍ତା ସପ୍ତାହରେ ଏହା ମୁକ୍ତିଲାଭ କରିବ। ଦେଖନ୍ତୁ ଏହାର ଟିଜର ପୋଷ୍ଟର। ଏହାସହ ଆପଣଙ୍କ ଭଲପାଇବା ଜରୁରୀ। ''
-
Film India Lockdown is all set to go on floor next week. Here’s a teaser poster. Give your love. ❤️ @prateikbabbar @SaieTamhankar @AahanaKumra @shweta_official @ShihabZarin #PrakashBelawadi #IndiaLockdown pic.twitter.com/ZDnsWzajeX
— Madhur Bhandarkar (@imbhandarkar) January 21, 2021 " class="align-text-top noRightClick twitterSection" data="
">Film India Lockdown is all set to go on floor next week. Here’s a teaser poster. Give your love. ❤️ @prateikbabbar @SaieTamhankar @AahanaKumra @shweta_official @ShihabZarin #PrakashBelawadi #IndiaLockdown pic.twitter.com/ZDnsWzajeX
— Madhur Bhandarkar (@imbhandarkar) January 21, 2021Film India Lockdown is all set to go on floor next week. Here’s a teaser poster. Give your love. ❤️ @prateikbabbar @SaieTamhankar @AahanaKumra @shweta_official @ShihabZarin #PrakashBelawadi #IndiaLockdown pic.twitter.com/ZDnsWzajeX
— Madhur Bhandarkar (@imbhandarkar) January 21, 2021
ଫିଲ୍ମ ବିଷୟରେ କହିବାକୁ ଯାଇ ଭଣ୍ଡାରକର ବମ୍ବେ ଟାଇମ୍ସର ଉଦାହରଣ ଦେଇଛନ୍ତି। ଏହି ଫିଲ୍ମ ସତ କାହାଣୀ ଉପରେ ଆଧାରିତ ଏବଂ ଲକଡାଉନର ଦୁଇ ମାସର ଘଟଣାବଳୀ ରହିଛି। ଏହି ଫିଲ୍ମରେ ବିଭିନ୍ନ ଶ୍ରେଣୀର ଲୋକଙ୍କ ଉପରେ ଲେଖାଯାଇଛି ଯଥା, ପ୍ରବାସୀ ଶ୍ରମିକ, ସେକ୍ସ ୱାର୍କର, ବ୍ୟବସାୟୀ ଓ ଏକୁଟିଆ ମଣିଷ। ଏହା ମୁଖ୍ୟତଃ ଦାରିଦ୍ର୍ୟ ଓ ବିଚ୍ଛେଦ ଉପରେ ପର୍ଯ୍ୟବେସିତ।
ସମସ୍ତେ ଘରେ ବନ୍ଦୀ ଜୀବନ ବିତାଉଥିବା ବେଳେ ପ୍ରଥମ କିଛି ମାସ ଆମ ସହିତ କଣ ଘଟୁଛି ଓ ଘଟିବ ତାହା ଅନିଶ୍ଚିତତାରେ ରହିଥିଲା। ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ଯାହା ଆମକୁ ବଞ୍ଚିବାକୁ ଶିଖାଇଛି ଫିଲ୍ମର ଶେଷ ଭାଗରେ ଦର୍ଶାଯାଇଛି। ଫିଲ୍ମରେ ପ୍ରତୀକ ବାବର,ଆହାନା କୁମାର,ଶ୍ବେତା ବାସୁ,ପ୍ରସାଦ ଓ ସାଇ ତମନାକର ଓ ଅନ୍ୟମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।