ମୁମ୍ବାଇ: ‘ଲଲିପପ ଲାଗେ ଲୁ’ ଗୀତ ଜରିଆରେ ପୁରା ବିଶ୍ବରେ ଲୋକପ୍ରିୟ ହାସିଲ କରିଥିବା ଭୋଜପୁରୀ ଗାୟକ ପବନ ସିଂ ଖୁବଶୀଘ୍ର ହିନ୍ଦୀ ସଙ୍ଗୀତ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ‘କମରିୟା ହିଲା ରହି ହେ’ ଗୀତରେ ଡେବ୍ୟୁ କରିବେ । ଖୁବଶୀଘ୍ର ଦର୍ଶକ ଏହି ହୋଲି ଗୀତ ଶୁଣିବେ ।
- " class="align-text-top noRightClick twitterSection" data="
">
ଜେଜଷ୍ଟ ମ୍ୟୁଜିକ ଦ୍ବାରା ନିର୍ମାଣ କରାଯାଇଥିବା ଏହି ଗୀତରେ ପବନଙ୍କ ସହ ଲରେନ ଗୋଟଲିବ ରୋମାନ୍ସ କରୁଥିବାର ଦେଖାଯିବେ । ସେହିପରି ଗୀତଟିକୁ ମୁଦ୍ଦସର ଖାନ କୋରିଓଗ୍ରାଫ କରିଛନ୍ତି । ଗୀତକୁ ଗାଇଛନ୍ତି ପବନ ଓ ପାୟଲ ଦେବ । ଏହି ଅବସରରେ ପବନ କହିଛନ୍ତି ଯେ ଏହି ଗୀତ ଗାଇବାରେ ତାଙ୍କୁ ବହୁତ ମଜା ଆସିଥିଲା । ସେ ଚାହୁଛନ୍ତି ତାଙ୍କ ପ୍ରଶଂସଙ୍କ ଗୀତଟିକୁ ପସନ୍ଦ କରନ୍ତୁ । ଯେମତି ତାଙ୍କ ପୂର୍ବରୁ ଗୀତକୁ ପ୍ରେମ ଓ ସ୍ନେହ ଦେଇଥିଲେ ।
ଆସନ୍ତା 24 ତାରିଖରେ କମରିୟା ହିଲା ରହି ହେକୁ ରିଲିଜ କରିବେ ମେକର୍ସ । ଏବର୍ଷ ହୋଲି ଉତ୍ସବ ଦର୍ଶକଙ୍କ ଏହି ଗୀତ ଦ୍ବାରା ଶାନଦାର ହେବାକୁ ଯାଉଛି ।