ETV Bharat / sitara

ଭୋଟ ଦେଇ ପାରିବେନି ଏହି ଷ୍ଟାର - imran khan

ବି-ଟାଉନରେ ଅଧିକାଂଶ ଏମିତି କଳାକାର ଅଛନ୍ତି ଯେଉଁମାନେ ଭାରତରେ ଦେଇ ପାରିବେନି ଭୋଟ । କାରଣ ଏମାନଙ୍କ ପାଖରେ ନାହିଁ ଭାରତୀୟ ନାଗରିକତ୍ବ । ବି-ଟାଉନ ଖିଲାଡୀଙ୍କ ଠାରୁ ନେଇ ବେବି ଡଲଙ୍କ ପର୍ଯ୍ୟନ୍ତ ଷ୍ଟାର ଏହି ତାଲିକାରେ ସାମିଲ ହୋଇଛନ୍ତି ।

ଡିଜାଇନ ଫଟୋ
author img

By

Published : Apr 15, 2019, 10:22 PM IST

Updated : Apr 15, 2019, 10:32 PM IST

ମୁମ୍ବାଇ: ଦେଶର 17ତମ ଲୋକସଭା ନିର୍ବାଚନ ପାଇଁ ରାଜନେତା ଠୁ ଅଭିନେତା ସମସ୍ତେ ବ୍ୟସ୍ତ । ଏହି ନିର୍ବାଚନ ରଙ୍ଗରେ ବଲିଉଡ ମଧ୍ୟ ରଙ୍ଗେଇ ହୋଇଛି । ଷ୍ଟାର୍ସ ମଧ୍ୟ ନିଜ ଫ୍ୟାନ୍ସଙ୍କୁ ବୁଝିବିଚାରି ଭୋଟ ଦେବାକୁ ପରାର୍ମଶ ଦେବାରେ ଲାଗିଛନ୍ତି । ମାତ୍ର ଦେଶବାସୀଙ୍କୁ ଟିପ୍ସ ଦେଉଥିବା ଖୋଦ ଏହି ଷ୍ଟାର୍ସ ମତଦାନରୁ ବଞ୍ଚିତ ହେବେ ।

ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟକର ନାମ ହେଲା ଅଭିନେତ୍ରୀ ଆଲିୟା ଭଟ୍ଟ, ଅକ୍ଷୟ କୁମାର, ସୋନୀ ରାଜଦାନ, ହେଲେନ(ସଲମାନ ଖାନଙ୍କ ସାବତ ମା') ଓ ଇମରାନ ଖାନ । ଏମାନେ ଭାରତରେ ରହୁଛନ୍ତି ସତ କିନ୍ତୁ ତାଙ୍କ ପାଖରେ ନାହିଁ ଭାରତର ନାରାରିକତ୍ବ । ସେପଟେ ଭାରତରେ ରହି କାମ କରୁଥିବା କିଛି ଷ୍ଟାର୍ସଙ୍କ ମଧ୍ୟରୁ ସନ୍ନି ଲିଓନି, ଆମି ଜ୍ୟାକସନ, କଲ୍କି କୋଚଲିନ, ସପନା ପବ୍ବୀ, ଜ୍ୟାକଲିନ, ଏୱନିଲ ଶର୍ମା, ଏଲୀ ଅବରାମ, ହେଲେନ ଏବଂ କ୍ୟାଟ୍ରିନା କୈଫ ମଧ୍ୟ ଦେଇ ପାରିବେନି ଭୋଟ ।

ମହେଶ ଭଟ୍ଟଙ୍କ ଝିଅ ଆଲିୟା ଏବଂ ତାଙ୍କ ପତ୍ନୀ ଅର୍ଥାତ୍ ଅଭିନେତ୍ରୀ ସୋନୀଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି । ସୋନୀ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କର କି ଝିଅ ଆଲିୟାଙ୍କ ପାଖରେ ମଧ୍ୟ ଭାରତୀୟ ନାଗରିକତା ନାହିଁ । ତାଙ୍କ ପାଖରେ ବ୍ରିଟିଶ ପାସପୋର୍ଟ ଅଛି । ତେଣୁ ମା' ଝିଅ ଭୋଟ କରିପାରିବେ ନାହିଁ । ଆଲିୟା ମଧ୍ୟ ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଭୋଟ ଦେଇପାରିବେନାହିଁ । କାରଣ ତାଙ୍କ ପାଖରେ ଭାରତର ନାଗରିକତା ନାହିଁ ।

ଦେଶଭକ୍ତ ସହ ସମ୍ପୃକ୍ତ ଅନେକ ପ୍ରସଙ୍ଗ ନିଜ ଫିଲ୍ମ ଜରିଆରେ ଦେଶ ପ୍ରେମର ଭାବନା ଜାଗ୍ରତ କରୁଥିବା ଅଭିନେତା ଅକ୍ଷୟଙ୍କ ପାଖରେ ମଧ୍ୟ ଭାରତର ନାଗରିକତା ନାହିଁ । ଅକ୍ଷୟଙ୍କ ପାଖରେ କାନାଡାର ପାସପୋର୍ଟ ଅଛି । ତେଣୁ ସେ ମଧ୍ୟ ନିର୍ବାଚନରେ ନିଜର ମତଦାନ କରିପାରିବେ ନାହିଁ ।

Intro:Body:

ଭୁବନେଶ୍ବର: ବିଜେପି ହିଂସାକୁ ଉସୁକାଉଛି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ ପାଲଟା ଜବାବ ଦେଇ ବିଜେଡି ପକ୍ଷରୁ ଏହା କୁହାଯାଇଛି। 

ବିଜେଡି ପକ୍ଷରୁ କୁହାଯାଇଛି ଯେ, 'ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣା ଦୁର୍ଭାଗ୍ୟଜନକ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖବନ୍ଧରେ ଅହିଂସା ରଖିବାକୁ ପ୍ରସ୍ତାବ ପାରିତ କରାଇଛନ୍ତି । ରାଜ୍ୟରେ ଅପରାଧିକ ବାତାବରଣ ପାଇଁ ବିଜେପି ଚେଷ୍ଟା କରୁଛି । 

ବିହାର ଓ ମଧ୍ୟପ୍ରଦେଶ ଅବସ୍ଥା ଏଠାରେ ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି ।  ପ୍ରମାଣ ନଥାଇ ରାଜନୈତିକ ଆକ୍ଷେପ କରାନଯାଉ।  ୨୦୦୦ରୁ ୨୦୧୫-୧୬ ପର୍ଯ୍ୟନ୍ତ ହିଂସା ନଥିଲା ।  ଏବେ ବିଜେପି ରାଜ୍ୟରେ ହିଂସାକୁ ଉସୁକାଉଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି'। 

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ନିକଟରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହାପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବାକଯୁଦ୍ଧ। ଏହି ହତ୍ୟାକାଣ୍ଡରେ ବିଜେପି ବିଜେଡି ଆଡକୁ ଇଙ୍ଗିତ କରୁଥିବାବେଳେ ବିଜେଡି ମଧ୍ୟ ପାଲଟା ଜବାବ ଦେଇ ଆକ୍ରମଣ କରିଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Conclusion:
Last Updated : Apr 15, 2019, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.