ETV Bharat / sitara

ରାଜନୀତିରେ ଡେବ୍ୟୁ କରିବେ ରଙ୍ଗୀଲା ଗର୍ଲ

ଖୁବ୍ ଶୀଘ୍ର ରାଜନୀତିରେ ପଦାର୍ପଣ କରିବେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ଯାହାକୁ ନେଇ ଚାଲିଛି ଖୁବ୍ ଚର୍ଚ୍ଚା । ଏବର୍ଷ ଲୋକସଭା ନିର୍ବାଚନ ମଇଦାରେ ଓହ୍ଲାଇ ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି ଉର୍ମିଲା । କଂଗ୍ରେସ ପାର୍ଟିରେ ସାମିଲ ହେବାକୁ ନେଇ ଚାଲିଛି ପ୍ରସ୍ତୁତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଉର୍ମିଲା ମାତୋଣ୍ଡକର
author img

By

Published : Mar 25, 2019, 7:54 PM IST

ମୁମ୍ବାଇ: ଦେଶରେ ନିର୍ବାଚନ ବାତାବରଣ ଦେଖିବାକୁ ମିଳୁଛି ।ଏପ୍ରିଲରୁ ଆରମ୍ଭ ହେବାକୁ ଥିବା 17ତମ ଲୋକସଭାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଚର୍ଚ୍ଚା ଖୁବ୍ । ଏଥିରୁ ବାଦ ପଡିନାହାଁନ୍ତି ବି-ଟାଉନ ଷ୍ଟାର୍ସ । ଏବର୍ଷ ଲୋକସଭା ନିର୍ବାଚନରେ ଅନେକ କଳାକାରଙ୍କ ନାମ ସାମ୍ନାକୁ ଆସୁଛି ।ଯେଉଁମାନେ ନିଜ ପସନ୍ଦୀୟ ଦଳ ସହ ହାତ ମିଳାଇଥିବାର ଦେଖାଯାଇଛନ୍ତି ।

ଇତିମଧ୍ୟରେ ରଙ୍ଗୀଲା ଗର୍ଲ ଉର୍ମିଲା ମାତୋଣ୍ଡକରକୁ ନେଇ ଚାଲିଛି ଚର୍ଚ୍ଚା । ଶୁଣିବାକୁ ମିଳୁଛି ଯେ ସେ ମଧ୍ୟ ରାଜନୀତିରେ ପଦାର୍ପଣ କରିବେ । ଆସନ୍ତା ଦୁଇରୁତିନି ଦିନ ମଧ୍ୟରେ ସେ କଂଗ୍ରେସରେ ଯୋଗ ଦେବେ। ଶୁଣିବାକୁ ମିଳୁଛି ଯେ ଉର୍ମିଲା କଂଗ୍ରେସ ନର୍ଥ ମୁମ୍ବାଇ ଲୋକସଭା ସିଟରୁ ପ୍ରାର୍ଥୀ କରାଯିବ ।

ଏହି ସିଟରୁ ବିଜେପି ଗୋପାଲ ସେଟ୍ଟୀଙ୍କୁ ନିଜର ପ୍ରାର୍ଥୀ ରୂପେ ବାଛିଛି। ଗ୍ଲାମରଚେହେରାକୁ ମଇଦାନରେ ଓହ୍ଲାଇବା ନେଇ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ଏହି କାରଣ ପାଇଁ ଉର୍ମିଲାଙ୍କୁ ନିର୍ବାଚନରେ ଓହ୍ଲାଇବା ନେଇଜୋରସୋରପ୍ରସ୍ତୁତି ଚାଲିଛି ।

ପ୍ରକାଶ ଥାଉକି ନିର୍ବାଚନ ପାଇଁ ନର୍ଥ ମୁମ୍ବାଇରୁ ମରାଠୀ ଅଭିନେତ୍ରୀ ଆସାୱରୀ ଯୋଶୀ ଏବଂ ଶିଳ୍ପା ସିନ୍ଦେ କଂଗ୍ରେସ ଟିକେଟ ମାଗିଛନ୍ତି । କିନ୍ତୁ ଏଯାବତ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । 2014ଲୋକସଭା ନିର୍ବାଚନରେ କଂଗ୍ରେସ ତରଫରୁ ନର୍ଥ ମୁମ୍ବାଇରେ ସଞ୍ଜୟ ନିରୁପମ ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେପି ନେତା ଗୋପାଲଙ୍କ ଠାରୁ ହାରିଯାଇଥିଲେ ।

Intro:Body:

ମୁମ୍ବାଇ: ଶେଷରେ ସୁଟିଂକୁ ଫେରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଗତବର୍ଷ ଫିଲ୍ମ 'ପଦ୍ମାବତ'ଜରିଆରେ ବକ୍ସଅଫିସରେ ଧମାଲ କରିଥିବା ଦୀପିକା ମେଘନା ଗୁଲଜାରଙ୍କ ଫିଲ୍ମ 'ଛପାକ'ର ସୁଟିଂ ଆଜି ଆରମ୍ଭ କରିଥିବାବେଳେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଫିଲ୍ମର ଫାଷ୍ଟ ଲୁକ।

ତେବେ ଫିଲ୍ମ 'ଛପାକ' ଏକ ମହିଳା କୈନ୍ଦ୍ରିକ ଓ ଏସିଡ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀକୁ ନେଇ ଆଧାରିତ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର। ତେବେ ସାମନାକୁ ଆସିଥିବା ଫାଷ୍ଟ ଲୁକରେ ଦୀପିକା ସମ୍ପୂର୍ଣ୍ଣ ଲକ୍ଷ୍ମୀଙ୍କ ପରି ନଜର ଆସିଛନ୍ତି। ଫଟୋଟି ଦେଖି ଲାଗୁଛି ଯେ ଲକ୍ଷ୍ମୀ ନିଜ ଜୀବନର ସମସ୍ତ ଦୁଃଖ କଷ୍ଟ ହସିହସି ସାମନା କରିଛନ୍ତି। 

ପ୍ରକାଶ ଥାଉକି, ଦୀପିକାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଭିକ୍ରାନ୍ତ ମୌସୀ। ଫିଲ୍ମର ଫାଷ୍ଟ ଲୁକ ସହ ରିଲିଜ ଡେଟ ବି ଘୋଷଣା କରିଛନ୍ତି ଦୀପିକା। ଫାଷ୍ଟ ଲୁକ ସେୟାର କରି ଦୀପିକା ଶୀର୍ଷକରେ ଲେଖିଛନ୍ତି, ଗୋଟିଏ ଭୂମିକା ଯାହା ମୋ ସହ ସର୍ବଦା ରହିବ 'ମାଲତୀ'। ଛପାକ ସୁଟିଂ ଆଜି ଆରମ୍ଭ ହେଲା। 2020 ଜାନୁୟାରୀ 10ରେ ରିଲିଜ।'

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.