ETV Bharat / sitara

ବିଜେପିକୁ ଭୋଟ ଦେବେନି 650 କଳାକାର !

author img

By

Published : Apr 6, 2019, 5:44 AM IST

ଦେଶରେ ନିର୍ବାଚନର ଫାଇଟ ଚାଲିଛି । ଦଳ ଦଳ ମଧ୍ୟରେ ଚାଲିଛି ନାନା ରଣନୀତି । ଇତିମଧ୍ୟରେ ବିଜେପିକୁ ଭୋଟ ନଦେବା ପାଇଁ 650ରୁ ଅଧିକ ଥିଏଟର କଳାକାର ନିବେଦନ କରିଛନ୍ତି ।

ଡିଜାଇନ ଫଟୋ

ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନର ବାତବାରଣ ଦେଖିବାକୁ ମିଳୁଛି । ଭିନ୍ନ ଭିନ୍ନ ପାର୍ଟି ନିଜ ଦଳକୁ ଜିତାଇବାକୁ ଅନେକ ପ୍ରୟାସ ଚଳାଇଛନ୍ତି । ଦଳ ମଧ୍ୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଉ ବିଜେପିକୁ ଭୋଟ ନଦେବା ପାଇଁ 650ରୁ ଅଧିକ ଥିଏଟର କଳାକାର ନିବେଦନ କରିଛନ୍ତି । ଥିଏଟର ପ୍ରାକ୍ଟିଶନର୍ସ ଅଫ ଇଣ୍ଡିଆ ବ୍ୟାନରେ ଏହି ଅପିଲ କରାଯାଇଛି । ଯେଉଁଥିରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ଲୋକତନ୍ତ୍ରକୁ ବଞ୍ଚାଅ ଏବଂ ପ୍ରେମ ଓ ଶାନ୍ତିକୁ ଭୋଟ ଦିଅ ।

ଏହି ବୟାନରେ ସ୍ବାକ୍ଷର କରିଥିବା କଳାକାରଙ୍କ ମଧ୍ୟରେ ବଲିଉଡର ଜଣାଶୁଣା ଚେହେରା ମଧ୍ୟ ସାମିଲ ଅଛନ୍ତି । ସେମାନେ ହେଲେ ନାସୀରୁଦ୍ଦୀନ ଶାହ, ରତ୍ନା ପାଠକ ଶାହ, ଅନୁରାଗ କଶ୍ୟପ, କୋଙ୍କଣା ସେନ ଶର୍ମା, ଲିଲେଟ ଦୁବେ ଓ ମାନବ କୌଲ । ତେବେ ଏହି ଚୁକ୍ତିନାମାରେ 685 କଳାକାର ସ୍ବାକ୍ଷର କରି ନିଜ ସମର୍ଥନ ଜଣାଇଛନ୍ତି ।

ଏହା ପୂର୍ବରୁ ପାଖାପାଖି 103 ଫିଲ୍ମମେକର ଏକ ଚିଠିରେ ବିଜେପି ବିରୋଧରେ ସାଇନ କରିଥିଲେ । ଯାହାକୁ ଆର୍ଟିଷ୍ଟ ୟୁନାଇଟ ଇଣ୍ଡିଆ(ଦେଶର କଳାକାର ଏକାଠି ହୁଅନ୍ତୁ) ନାମକ ୱେବ ସାଇଟରେ ଅପଲୋଡ କରାଯାଇଥିଲା । ଏହି ପତ୍ରରେ ସମସ୍ତେ ବିଜେପିକୁ ଭୋଟ ନଦେବାକୁ ଅପିଲ ହୋଇଥିଲା ।

ଖାଲି ଏତିକି ନୁହେଁ ବୟାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ବୟାନରେ କୁହାଯାଇଛି ପାଞ୍ଚ ବର୍ଷରେ ଯେଉଁ ବ୍ୟକ୍ତି ଦେଶ ରକ୍ଷକ ରୂପେ ସାମ୍ନାକୁ ଆସିଥିଲେ, ସେ ନିଜ ନେତାଙ୍କ ଦ୍ବାରା ଜନସାଧାରଣଙ୍କ ଜୀବନ ଧ୍ବଂସ କରିଦେଇଛନ୍ତି । ଲୋକତନ୍ତ୍ର ବିନା ପ୍ରଶ୍ନ, ଯୁକ୍ତିତର୍କରେ କାମ କରିପାରିବ ନାହିଁ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.