ମୁମ୍ବାଇ: ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଚିରାଗ ପାସୱାନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ମୁହଁ ଖୋଲିଛନ୍ତି । ସେ ତାଙ୍କ ଆତ୍ମହତ୍ୟା ମାମଲାରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନର ଦାବି କରିଛନ୍ତି । ସେ ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖି ଏହି ମାମଲାରେ ମହାରାଷ୍ଟ୍ର ସରକାରଙ୍କ ସହ କଥାବାର୍ତ୍ତା କରିବାକୁ ଅପିଲ କରିଛନ୍ତି ।
ଆଉ କହିଛନ୍ତି ଯେଉଁ ଲୋକେ ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି । ଯାହାଦ୍ବାରା ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ । ସେହି ଦୋଷୀଙ୍କୁ ଦଣ୍ଡା ଦିଆଯାଉ ।
ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ପରିବାରବାଦକୁ ନେଇ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଧିରେ ଧିରେ କରି ସାମିଲ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି ।