ETV Bharat / sitara

ଭିଡିଓ କଲିଂରେ ମା'ଙ୍କୁ ଅନ୍ତିମ ବିଦାୟ ଦେଲେ ଇରଫାନ - ଅଭିନେତା ଇରଫାନ ଖାନଙ୍କ ନ୍ୟୁଜ

ଲକଡାଉନ ପାଇଁ ପୁରା ଦେଶ ଠପ ପଡିଛି । ଏଭଳି ପରିସ୍ଥିତିରେ ନିଜ ଲୋକଙ୍କଠୁ ଦୂରରେ ଅଛନ୍ତି ଦେଶବାସୀ । ଏହି କାରଣ ପାଇଁ ଶେଷ ସମୟରେ ମା'ଙ୍କୁ ଦେଖିପାରିଲେ ନାହିଁ ଅଭିନେତା ଇରଫାନ ଖାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ
author img

By

Published : Apr 26, 2020, 9:39 PM IST

ମୁମ୍ବାଇ: ବିଶିଷ୍ଟ ଅଭିନେତା ଇରଫାନ ଖାନଙ୍କ ଘରେ ବର୍ତ୍ତମାନ ଶୋକ ଛାୟା । ଶନିବାର ସନ୍ଧ୍ୟାରେ ତାଙ୍କ ଜୟପୁର ଘରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ତାଙ୍କ ମା' ସଇଦା ବେଗମ । ଦୀର୍ଘ ସମୟରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଏହି କାରଣ ପାଇଁ ତାଙ୍କ ଦେହାନ୍ତ ହୋଇଛି । ହେଲେ ଶେଷ ସମୟରେ ଇରଫାନ ମା'ଙ୍କୁ ଦେଖିପାରିନାହାନ୍ତି । ଯାହାକୁ ନେଇ ସେ ଖୁବ୍ ଦୁଃଖିତ ।

ଲକଡାଉନ ପାଇଁ ସେ ମୁମ୍ବାଇରେ ଥିବା ଯୋଗୁଁ ଜୟପୁର ଯାଇପାରିନଥିଲେ । ଆଉ ଭିଡିଓ କଲିଂ ଦ୍ବାରା ମା'ଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ମା'ଙ୍କୁ ଶେଷ ବିଦାୟ ଦେଇଛନ୍ତି । ଏପରିକି ସେ ଭିଡିଓ କଲିଂରେ ବିଧି-ବିଧାନ ଅନୁଯାୟୀ ସବୁ କାମ ମଧ୍ୟ କରିଥିଲେ ।

ପ୍ରକାଶ ଥାଉକି ସଇଦା ନୱାବ ବଂଶର ଝିଅ । ତାଙ୍କର ତିନି ପୁଅ ଇରଫାନ, ସଲମାନ ଓ ଇମରାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.