ETV Bharat / sitara

ପୁଣି ବିବାଦ ଘେରରେ ‘ଛପାକ’ - ଦିଲ୍ଲୀ ପଟିୟାଲା ହାଉସ କୋର୍ଟରେ ଛପାକ

ଦୀପିକା ପାଦୁକୋନଙ୍କ ଅପକମିଂ ଫିଲ୍ମ ‘ଛପାକ’ର ବିବାଦ କମିବାର ନାଁ ନେଉନାହିଁ । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଟ୍ରୋଲର୍ସ ବଏକଟ ନାରା ଦେଉଥିବା ବେଳେ ବର୍ତ୍ତମାନ ଆଇନ ଘେରରେ ଫସିଛି ଫିଲ୍ମ ।

laxmi agarwal lawyer aparna bhatt
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Jan 9, 2020, 7:19 PM IST

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ଆସନ୍ତା କାଲି(ଶୁକ୍ରବାର) ରିଲିଜ ହେବାକୁ ପ୍ରସ୍ତୁତ । ରିଲିଜ ପୂର୍ବରୁ ଫିଲ୍ମ ଅନେକ ସମସ୍ୟା ଦେଇ ଗତି କରୁଛି । ତାଙ୍କ ଜେଏନୟୁ ଯିବା କଥାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ‘ବଏକଟ ଛପାକ’ ଟ୍ରେଣ୍ଡ କରାଉଛନ୍ତି । ଆଉ ଇତିମଧ୍ୟରେ ଫିଲ୍ମକୁ ନେଇ ଆଇନ ସମସ୍ୟା ମଧ୍ୟ ଉପୁଜିଛି । ଆଜ୍ଞା ହଁ, ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀ ପଟିୟାଲା ହାଉସ କୋର୍ଟରେ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ଯାଚିକା ଦାୟର କରିଛନ୍ତି । ଅପର୍ଣ୍ଣା ଅନେକ ବର୍ଷ ପର୍ଯ୍ୟନ୍ତ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କେସ ଲଢିଥିଲେ ।

ଯାଚିକାରେ ଅପର୍ଣ୍ଣା କହିଛନ୍ତି ଯେ ସେ ଅନେକ ବର୍ଷ ପର୍ଯ୍ୟନ୍ତ ଲକ୍ଷ୍ମୀ ଅଗ୍ରୱାଲଙ୍କ କେସ ଲଢିଥିଲେ । ହେଲେ ତାଙ୍କୁ ଫିଲ୍ମରେ କୌଣସି କ୍ରେଡିଟ ଦିଆଯାଇନାହିଁ । ଏଥିନିମନ୍ତେ ସେ ଚାହୁଁଛନ୍ତି ଫିଲ୍ମ ରିଲିଜ ଉପରେ ରୋକ ଲଗାଯାଉ । ଯାହାକୁ ନେଇ ଦିଲ୍ଲୀ ପଟିଆଲା କୋର୍ଟ ପ୍ରଥମ ଶୁଣାଣୀରେ ଫିଲ୍ମରେ ଅପର୍ଣ୍ଣାଙ୍କୁ ଶ୍ରେୟ ଦେବା କଥା କହିଛନ୍ତି । ଆଉ ଆଗାମୀ ଶୁଣାଣି ଆସନ୍ତା 14 ତାରିଖରେ ହେବ ।

ପ୍ରକାଶ ଥାଉକି ଏହାପୂର୍ବରୁ ଜଣେ ଲେଖକ ମଧ୍ୟ ଫିଲ୍ମକୁ ନେଇ କପି ରାଇଟ ମାମଲା ରୁଜୁ କରିଥିଲେ । ରାକେଶ ଭାରତୀ ନାମକ ଜଣେ ଲେଖକ କପି ରାଇଟ ମାମଲା କହି ଫିଲ୍ମ ବିରୋଧରେ ଯାଚିକା ଦାୟର କରିଥିଲେ । ଯେଉଁଥିରେ ରାକେଶ ଦାବି କରିଥିଲେ ଯେ ଫିଲ୍ମରେ ତାଙ୍କୁ ଶ୍ରେୟ ମିଳିବା ଦରକାର । ଏହି ମାମଲାରେ ସେ ବମ୍ବେ ଉଚ୍ଚ ନ୍ୟାୟାଳୟ ଗତ ବୁଧବାର କହିଥିଲେ ଯେ ବାସ୍ତବ କାହାଣୀକୁ ନେଇ ଆଧାରିତ କୌଣସି ଫିଲ୍ମ ଉପରେ କପିରାଇଟର ଦାବି କେହି କରିପାରିବେ ନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.