ETV Bharat / sitara

‘ଛପାକ’ ଦେଖି କଣ କହିଲେ ଲକ୍ଷ୍ମୀଙ୍କ ଲାଡଲୀ, ଜାଣନ୍ତୁ... - ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’

ଗତ ଶୁକ୍ରବାର ରିଲିଜ ହୋଇଥିଲା ମୋଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ । ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମକୁ ମିଳିଛି ଶାନଦାର ପ୍ରତିକ୍ରିୟା ।

laxmi agarwal
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Jan 16, 2020, 2:43 PM IST

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ ରିଲିଜ ପୂର୍ବରୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରିଲିଜ ପରଠୁ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇଛି ଫିଲ୍ମ । ‘ଛପାକ’କୁ ଅନେକ ସକାରତ୍ମକ ପ୍ରତିକ୍ରିୟା ମିଳିଛି ସତ । ହେଲେ ସବୁଠୁ ସ୍ପେଶାଲ ରିଭ୍ୟୁ ଫିଲ୍ମ ଉପରେ ଦେଇଛନ୍ତି ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଲାଡଲୀ ପିହୁ ।

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ଲକ୍ଷ୍ମୀଙ୍କ ସଂଘର୍ଷମୟ କାହାଣୀକୁ ଫିଲ୍ମ ‘ଛପାକ’ରେ ପର୍ଯ୍ୟବେଶିତ କରାଯାଇଛି । ଲକ୍ଷ୍ମୀଙ୍କ ଝିଅ ପିହୁ ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ । ସେ ପୁରା ଧୈର୍ଯ୍ୟ ସହ ପୁରା ଫିଲ୍ମ ଦେଖିଥିଲେ । ଆଉ ଯେଉଁ ପ୍ରତିକ୍ରିୟା ପିହୁ ଦେଇଥିଲେ ତାହା ଲକ୍ଷ୍ମୀଙ୍କୁ ମଧ୍ୟ ଇମୋଶନାଲ କରିଦେଇଥିଲା । ଏହି କଥାର ଖୁଲାସା ଲକ୍ଷ୍ମୀ ନିକଟରେ କରିଥିଲେ ।

ସେ ଏକ ସାକ୍ଷାତକାରରେ ଝିଅ ବିଷୟରେ ଆଲୋଚନା କରି କହିଥିଲେ ଯେ ସେ ପୂର୍ବରୁ ଚିନ୍ତା କରୁଥିଲେ ଯେ ପିହୁ କିପରି ତାଙ୍କ ସହ ଘଟିଥିବା ଘଟଣାକୁ ପରଦାରେ ଦେଖିବେ । ସେ ଅନେକ ଫିଲ୍ମ ଅଧା ଦେଖନ୍ତି । ହେଲେ ସେ ପୁରା ଶାନ୍ତିରେ ବସି ‘ଛପାକ’ ଦେଖିଥିଲେ । ଏହାପରେ ସେ ଗୋଟିଏ ଗୋଟିଏ କରି ଅନେକ ପ୍ରଶ୍ନ ପଚାରିଥିଲେ । ତାଙ୍କ ସବୁ ପ୍ରଶ୍ନର ଜବାବ ମଧ୍ୟ ଦେଇଥିଲେ ସେ। ଫିଲ୍ମ ଦେଖିବା ପରେ ତାଙ୍କ ପ୍ରେମ ଆହୁରି ବଢିଯାଇଛି । ସେ ଦୀପିକାଙ୍କୁ ଯାଇ ଆଲିଙ୍ଗନ କରିଥିଲେ । ଆଉ ତାଙ୍କୁ ସ୍ନେହଭରା ନଜରରେ ଦେଖିଥିଲେ । ଯାହା ତାଙ୍କୁ ଇମୋଶନାଲ କରିଦେଇଥିଲା ।

Intro:Body:

A

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.