ମୁମ୍ବାଇ: ଶେଷଥର ଭାଇ ସୁଶାନ୍ତ ସିଂ ରାଜପୁତଙ୍କୁ ଦେଖିପାରିନଥିଲେ ତାଙ୍କ ଭଉଣୀ ଶ୍ବେତା ସିଂ କ୍ରିର୍ତି । କାରଣ ସେ ସ୍ବାମୀଙ୍କ ସହ ଆମେରିକାରେ ରହୁଛନ୍ତି । ହେଲେ ଏବେ ସେ ପାଟନା ଆସିଯାଇଛନ୍ତି । ଏହି ଦୁଃଖ ସମୟରେ ସେ ପରିବାର ସହ ସମୟ ବିତାଉଛନ୍ତି । ଆଉ ମଝି ମଝିରେ ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ଭାବିବିହ୍ବଳ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଦୁଃଖି କରିଦେଇଛନ୍ତି । କିନ୍ତୁ ଏବେ ସେ ନିଜର ସ୍ବାମୀ ବିଶାଲ କ୍ରିର୍ତିଙ୍କ ଟ୍ବିଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ।
-
Created by my brother @mayureshkrishna in the memory of my brother in law @itsSSR https://t.co/sNSSJfQjy5
— vishal kirti (@vikirti) June 25, 2020 " class="align-text-top noRightClick twitterSection" data="
">Created by my brother @mayureshkrishna in the memory of my brother in law @itsSSR https://t.co/sNSSJfQjy5
— vishal kirti (@vikirti) June 25, 2020Created by my brother @mayureshkrishna in the memory of my brother in law @itsSSR https://t.co/sNSSJfQjy5
— vishal kirti (@vikirti) June 25, 2020
ଯେଉଁଥିରେ ସେ ଜଣାଇଥିଲେ ତାଙ୍କ ଭାଇ ସୁଶାନ୍ତଙ୍କ ସ୍ମୃତିରେ ବଲିଉଡ ଫିଲ୍ମରେ ପରିବାରବାଦ ମାପିବା ପାଇଁ ନେପୋମିଟର ଉଦ୍ଭାବନ କରିଛନ୍ତି ।
ଗତ 25 ତାରିଖରେ ନେପୋମିଟର ସୂଚନା ଦେଇ ଟ୍ବିଟରରେ ସେ ଲେଖିଥିଲେ, ‘ବଲିଉଡରେ ପରିବାରବାଦ ବିରୋଧରେ ସୂଚନା ସହ ଲଢନ୍ତୁ । ଆମେ ଫିଲ୍ମରେ ମୂଲ୍ୟାଙ୍କନ ସେହି ଫିଲ୍ମରେ କାମ କରୁଥିବା କ୍ରୁଙ୍କ ନେପୋଟିଷ୍ଟିକ ତଥା ସ୍ବାଧୀନ ହେବା ଆଧାର ଉପରେ କରିବା । ଯଦି ନେପୋମିଟରର ସ୍ତର ଅଧିକା ରହିଲା, ତେବେ ବଲିଉଡରେ ପରିବାରବାଦକୁ ବୟକଟ କରିବାର ସମୟ ଆସିଯାଇଛି ।’
ପ୍ରକାଶ ଥାଉକି ଏହି ନେପୋମିଟର ଜରିଆରେ ଏବେ କୁହାଯାଇଛି ଯେ ଫିଲ୍ମ ‘ସଡକ 2’ 98 ପ୍ରତିଶତ ନେପୋଟିଷ୍ଟିକ । ଯାହାକୁ 5 ଶ୍ରେଣୀର ଆଧାରରେ ମୂଲ୍ୟାଙ୍କନ କରାଯାଇଛି । ପ୍ରଯୋଜକ, ଲିଡ ଆକ୍ଟର, ସହଯୋଗୀ କଳାକାର, ନିର୍ଦ୍ଦେଶକ ଓ ରାଇଟରଙ୍କ ମଧ୍ୟରୁ 4 ଜଣ ବଲିଉଡ ପରିବାରରୁ ଆସିଛନ୍ତି । ତେବେ କଣ ଆପଣ ଏହି ଫିଲ୍ମ ଦେଖିବେ ?