ETV Bharat / sitara

ସୁଶାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କ ଦିୱାଲୀ, ଧନ୍ୟବାଦ ଜଣାଇଲେ ଭଉଣୀ

author img

By

Published : Nov 17, 2020, 2:25 PM IST

ସୋସିଆଲ ମିଡିଆରେ ଭାଇରାଲ ହେଉଛି ୟେ ‘ଦିୱାଲୀ ସୁଶାନ୍ତ ୱାଲି’ ଭିଡିଓ । ଯେଉଁଥିରେ ଭଗବାନଙ୍କ ସହ ସୁଶାନ୍ତଙ୍କୁ ପୂଜା କରି ଦୀପାବଳି ପାଳନ କରୁଥିବାର ନଜର ଆସୁଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ବେତା ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କ୍ରିତି ପ୍ରାୟତଃ ସୋସିଆଲ ମିଡିଆରେ ଭାଇଙ୍କ ପୁରୁଣା ଫଟୋ, ଭିଡିଓ ସେୟାର କରି ଅନେକଥର ଭାବବିହ୍ବଳ ନୋଟ ଲେଖିସାରିଛନ୍ତି । ସେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ନ୍ୟାୟ ଅଭିଯାନ ମଧ୍ୟ କରିଛନ୍ତି । ତାଙ୍କ ଗ୍ଲୋବାଲ ପ୍ରେୟାର ମିଟରେ ଲକ୍ଷ ଲକ୍ଷ ଲୋକ ନିକଟରେ ସାମିଲ ହୋଇଥିଲେ । ଇତିମଧ୍ୟରେ ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁମାନେ ଦିୱାଲୀ ଅବସରରେ ସୁଶାନ୍ତଙ୍କ ପାଇଁ ଏକ ଭିଡିଓ ପୋଷ୍ଟ କରିଥିଲେ ।

ଭାଇରାଲ ହେଉଥିବା ଭିଡିଓରେ ସୁଶାନ୍ତଙ୍କ ଫଟୋ ସହ ଅନେକ ଫ୍ୟାନ୍ସ ଦିୱାଲୀ ସେଲିବ୍ରେଟ କରୁଥିବାର ନଜର ଆସୁଛନ୍ତି । ଆଉ ବ୍ୟାକଗ୍ରାଉଣ୍ଡରେ ତାଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ର ଲୋକପ୍ରିୟ ଗୀତ ‘ନମୋ ନମୋ ଶଙ୍କର’ ଗୀତ ବାଜୁଥିବାର ଶୁଣିବାକୁ ମିଳୁଛି । ଭିଡିଓ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯିବ । ଖାଲି ଏତିକି ନୁହେଁ କିଛି ଫ୍ୟାନ୍ସ ଭଗବାନଙ୍କ ଫଟୋ ସହ ସୁଶାନ୍ତଙ୍କ ଫଟୋ ରଖିଛନ୍ତି । ଯାହାଦ୍ବାରା ସେମାନଙ୍କ ଭଲ ପାଇବା ଏଯାବତ ସୁଶାନ୍ତଙ୍କ ପାଇଁ ଜଣାପଡୁଛି ।

ଏହାକୁ ଇନଷ୍ଟାଗ୍ରାମରେ ରିପୋଷ୍ଟ କରି ଶ୍ବେତା ଲେଖିଛନ୍ତି, ‘ୟେ ଦିୱାଲୀ ସୁଶାନ୍ତ ୱାଲି । ନିହାତି ଏହା ସୁଶାନ୍ତଙ୍କ ପାଇଁ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଯେଉଁମାନେ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବା ସହ ଦିୱାଲୀ ସେଲିବ୍ରେଟ କରିଛନ୍ତି । ଆପଣ ଆମ ପରିବାରର ସଦସ୍ୟ ପରି । ସବୁ ପଦକ୍ଷେପରେ ଆମକୁ ଆପଣଙ୍କ ସାହାଯ୍ୟ ଏବଂ ଭଲ ପାଇବାର ଆବଶ୍ୟକ ଅଛି । ଅନେକ ଅନେକ ଧନ୍ୟବାଦ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.