ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ କ୍ରମାଗତ ଭାବେ ଯାଞ୍ଚ କରିଆସୁଛି ସିବିଆଇ । ଯାଞ୍ଚର 11 ଦିନରେ ପହଞ୍ଚିଲାଣି ସିବିଆଇ । ତାଙ୍କ ମାମଲାରେ ବାରମ୍ବାର ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା କରାଯାଉଛି । ସୋମବାର ସେ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହ ବୟାନ ଦେବା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ଗତ କାଲି ତାଙ୍କୁ ପଚରାଉଚରାର ଚତୁର୍ଥ ଦିନ ଥିଲା । ସେହିପରି ମଙ୍ଗଳବାର ପଞ୍ଚମଥର ସେ ବୟାନ ଦେବେ । ହେଲେ ଏଥର ତାଙ୍କ ସହ ପିତା-ମାତାଙ୍କ ବୟାନ ରେକର୍ଡ କରାଯିବା ପାଇଁ ଡିଆରଡିଓ ଅଫିସ ଡକାଯାଉଛି ।
ସେହିପରି ରିଆଙ୍କ ସହ ପୁରା ପରିବାର ଡିଆରଡିଓ ଅଫିସରେ ପହଞ୍ଚିସାରିଲାଣି । ରିଆଙ୍କ ପରିବାର ସହ ମୁମ୍ବାଇ ପୋଲିସ ମଧ୍ୟ ଡିଆରଡିଓ ଅଫିସରେ ପହଞ୍ଚିଛି । ରିଆଙ୍କ ବ୍ୟତୀତ ସିବିଆଇ ସୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ, ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି, ବନ୍ଧୁ ସାମୁଅଲ ମିରାଣ୍ଡା, ରୋଷେୟା ନୀରଜ ସିଂ, ଆକାଉଣ୍ଟେଣ୍ଟ ରଜତ ମେୱାଟି ଓ ହାଉସକିପର କେଶବଙ୍କୁ ପଚରାଉଚରା ଜାରି ରଖିଛି ।
ପ୍ରକାଶ ଥାଉକି ରିଆଙ୍କ ଓକିଲ ନିକଟରେ ବୟାନ ଦେଇ କହିଥିଲେ ଯେ ରିଆ ସୁଶାନ୍ତଙ୍କ ପରିବାର ବିରୋଧରେ ଲିଗାଲ ଆକ୍ସନ ନେବେ । କାରଣ ତାଙ୍କ ଉପରେ ସମ୍ପୂର୍ଣ୍ଣ ମିଛ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ପରିବାର ଲୋକେ । ସେହିପରି ରିଆ ମଧ୍ୟ କିଛି ଦିନ ପୂର୍ବରୁ ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ସେ ସୁଶାନ୍ତଙ୍କୁ ନେଇ ଅନେକ ଜିନିଷର ଖୁଲାସା କରିଥିଲେ । ଏହାସହ ସେ ସୁଶାନ୍ତଙ୍କ ଡ୍ରଗ ନେବା କଥା ମଧ୍ୟ କହିଥିଲେ ।