ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ନିର୍ଦ୍ଦେଶକ ରୁମୀଙ୍କ ବୟାନ ରେକର୍ଡ - ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା

ସୁଶାନ୍ତଙ୍କ ଆତ୍ମହତ୍ୟା ଏଯାବତ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ହୋଇ ରହିଛି । ତାଙ୍କ କେସରେ ପୋଲିସ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବୟାନ ରେକର୍ଡ କରିବାରେ ବ୍ୟସ୍ତ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 23, 2020, 7:12 PM IST

ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବାନ୍ଦ୍ରା ପୋଲିସ ନିର୍ଦ୍ଦେଶକ, ଲେଖକ ରୁମୀ ଜାଫରୀଙ୍କ ବୟାନ ଗୁରୁବାର ରେକର୍ଡ କରିଛି । ରୁମୀ ନିଜ ଆଗାମୀ ଫିଲ୍ମରେ ସୁଶାନ୍ତଙ୍କ ସହ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ନେବାର ଯୋଜନା କରିଥିଲେ। ଏହାବ୍ୟତୀତ ସେ ସୁଶାନ୍ତଙ୍କ ଭଲ ବନ୍ଧୁ ପରି ମଧ୍ୟ ଥିଲେ।

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ରୁମୀ କହିଥିଲେ ସେ ସୁଶାନ୍ତଙ୍କ ଭଲ ବନ୍ଧୁ ଥିଲେ। ଆଉ ଆତ୍ମହତ୍ୟାରୁ ଦୁଇଦିନ ପୂର୍ବରୁ ସୁଶାନ୍ତ ତାଙ୍କ ଆଗାମୀ ଫିଲ୍ମ ସ୍କ୍ରିପ୍ଟ ମଧ୍ୟ ପଢିଥିଲେ। ଯାହା ତାଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

ପ୍ରକାଶ ଥାଉକି ରୁମୀଙ୍କ ପୂର୍ବରୁ ଫେମସ ଫିଲ୍ମ କ୍ରିଟିକ ରାଜୀବ ମସନ୍ଦଙ୍କ ବୟାନ ରେକର୍ଡ କରିଥିଲେ ପୋଲିସ। କାରଣ ତାଙ୍କ ଉପରେ ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ଅଭିଯୋଗ ଲଗାଇଥିଲେ ଯେ ସେ ଜାଣିଶୁଣି ସୁଶାନ୍ତଙ୍କ ସବୁ ଫିଲ୍ମ ଉପରେ ଖରାପ ରେଟିଂ ଦେଉଥିଲେ। ଯାହା ବିଷୟରେ ପ୍ରକୃତ କଥା ଜଣିବାକୁ ଚାହୁଁଥିଲା ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.