ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସୋସିଆଲ ମିଡିଆରେ ଲଗାତାର ନ୍ୟାୟ ଦାବି କରିଆସୁଛନ୍ତି । ଖାଲି ଶ୍ବେତା ନୁହେଁ ଅନେକ ସେଲିବ୍ରିଟିଙ୍କଠୁ ନେଇ ରାଜନେତା ମଧ୍ୟ ଶ୍ବେତାଙ୍କ ଏହି ଅଭିଯାନରେ ସାମିଲ ଅଛନ୍ତି । ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ, ଶେଖର ସୁମନ, କଙ୍ଗନା ରଣୱାତ ଭଳି ଷ୍ଟାର୍ସ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି । ସବୁଠୁ ମୁଖ୍ୟ କଥା ହେଲା ଯେ କେବଳ ଦେଶରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିନାହାଁନ୍ତି ଫ୍ୟାନ୍ସ ବରଂ ବିଦେଶରେ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଚାହୁଁଛନ୍ତି ସମସ୍ତେ ।
- " class="align-text-top noRightClick twitterSection" data="
">
ଯାହା ଦେଖିବାକୁ ମିଳିଛି ଶ୍ବେତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରେ । ସେ ପୋଷ୍ଟରେ କାଲିଫର୍ଣ୍ଣିଆର ଲୋକଙ୍କ ବିଷୟରେ ଜଣାଇଛନ୍ତି, ଯେଉଁମାନେ ସୁଶାନ୍ତଙ୍କୁ ନ୍ୟାୟ ଦାବି କରୁଥିବାର ନଜର ଆସୁଛନ୍ତି।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଭାରତର ସ୍ବାଧୀନତା ଦିବସ ଅବସରରେ କାଲିଫର୍ଣ୍ଣିଆ ମୋ ଭାଇ ସୁଶାନ୍ତଙ୍କୁ ପରିଚୟ ଓ ସମାଜରେ ତାଙ୍କ କାମକୁ ମାନ୍ୟତା ଦେଇଛି । କାଲିଫର୍ଣ୍ଣିଆ ଆମ ସାଥିରେ ଅଛି । କଣ ଆପଣ ଅଛନ୍ତି ? ସମର୍ଥନ ପାଇଁ କାଲିଫର୍ଣ୍ଣିଆକୁ ଧନ୍ୟବାଦ ।’
ସେହିପରି ଶ୍ବେତା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପରିବାରର ସବୁ ସଦସ୍ୟ ନଜର ଆସୁଛନ୍ତି । ଆଉ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଦୟା କରି ଏହି ଅଭିଯାନର ସହଯୋଗ ପାଇଁ ହାତ ଯୋଡି ନିଜର ଏକ ଫଟୋ ପୋଷ୍ଟ କରନ୍ତୁ।’