ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ମାସ ପୂରଣ ହେବାକୁ ବସିଲାଣି । ହେଲେ ଏଯାବତ ତାଙ୍କ ଆତ୍ମହତ୍ୟାର କାରଣ ବିଷୟରେ ଜଣାପଡିନାହିଁ । ଏବେ ଏହି ମାମଲାର ଯାଞ୍ଚ ସିବିଆଇ ହାତରେ । ହେଲେ ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ସିବିଆଇ ଆଗାମୀ ତଦନ୍ତ ଆରମ୍ଭ କରିବ । ସେପଟେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କଠୁ ନେଇ ପରିବାର ଲୋକ ତାଙ୍କ ନ୍ୟାୟ ଦାବି କରୁଥିବାର ନଜର ଆସୁଛନ୍ତି । ଏବେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସିବିଆଇ ଯାଞ୍ଚ ଦାବି କରି ସୋସିଆଲ ମିଡିଆରେ ପୁଣି ସ୍ବର ଉଠାଇଛନ୍ତି ।
ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ବୋର୍ଡ ଧରିଛନ୍ତି । ଆଉ ସେହି ବୋର୍ଡରେ ଲେଖାଯାଇଛି, ‘ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ । ମୁଁ ତାଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ଅପିଲ କରୁଛି।’
-
It’s time we find the truth and get justice. Please help our family and the whole world to know what the truth and find closure, otherwise we will never be able to live a peaceful life!!#CBIForSSR Raise your voice and demand #JusticeForSushantSinghRajput #WarriorsForSSR pic.twitter.com/eK88sJl7bi
— shweta singh kirti (@shwetasinghkirt) August 12, 2020 " class="align-text-top noRightClick twitterSection" data="
">It’s time we find the truth and get justice. Please help our family and the whole world to know what the truth and find closure, otherwise we will never be able to live a peaceful life!!#CBIForSSR Raise your voice and demand #JusticeForSushantSinghRajput #WarriorsForSSR pic.twitter.com/eK88sJl7bi
— shweta singh kirti (@shwetasinghkirt) August 12, 2020It’s time we find the truth and get justice. Please help our family and the whole world to know what the truth and find closure, otherwise we will never be able to live a peaceful life!!#CBIForSSR Raise your voice and demand #JusticeForSushantSinghRajput #WarriorsForSSR pic.twitter.com/eK88sJl7bi
— shweta singh kirti (@shwetasinghkirt) August 12, 2020
ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘ସମୟ ଅଛି ଆମେ ସତକୁ ଖୋଜିବା ଦରକାର। ଯାହାଦ୍ବାରା ଆମକୁ ନ୍ୟାୟ ମିଳିପାରିବ । ପ୍ଲିଜ ଆମ ପରିବାର ଏବଂ ପୁରା ଦୁନିଆର ସାହାଯ୍ୟ କର ଏହା ଜାଣିବା ପାଇଁ କି ସତ କଣ । ଯାହାପରେ କୌଣସି ନିଷ୍ପତ୍ତି ପାଖରେ ପହଞ୍ଚିପାରିବା । ନହେଲେ ଆମେ କେବେ ମଧ୍ୟ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚିପାରିବୁ ନାହିଁ । ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ପାଇଁ ନିଜ ସ୍ବର ଉତ୍ତୋଳନ କରନ୍ତୁ।’
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମ ବ୍ୟତୀତ ଟ୍ବିଟରରେ ନିଜର ଏକ ଭିଡିଓ ସେୟାର କରି ମଧ୍ୟ ସୁଶାନ୍ତଙ୍କ ପାଇଁ ସିବିଆଇ ଯାଞ୍ଚ ଦାବି କରିଥିବାର ଦେଖାଯାଉଛନ୍ତି । ପ୍ରକାଶ ଥାଉକି ତାଙ୍କ ଏହି ଭିଡିଓର ସମର୍ଥନ କରି ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ସୋସିଆଲ ମିଡିଆରେ ଏହାକୁ ସେୟାର କରିଛନ୍ତି।