ETV Bharat / sitara

ବିହାର ପୋଲିସ କ୍ବାରେଣ୍ଟାଇନ ମାମଲା, ପ୍ରଶ୍ନ କଲେ ସୁଶାନ୍ତଙ୍କ ଭଉଣୀ ଶ୍ବେତା - ପାଟନା ଏସିପି ସିଟି ବିନିୟ ତିୱାରୀଙ୍କୁ ବିଏମସି ଅଧିକାରୀ କ୍ବାରେଣ୍ଟାଇନରେ ଭର୍ତ୍ତି କରିଛନ୍ତି

ସୁଶାନ୍ତଙ୍କ କେସ ବର୍ତ୍ତମାନ ଦେଶର ବଡ ପ୍ରସଙ୍ଗ ସାଜିଛି । ସେପଟେ ରବିବାର ପାଟନା ଏସିପିଙ୍କୁ କ୍ବାରେଣ୍ଟାଇନ କରିଥିଲା ବିଏମସି । ଯାହା ଉପରେ ପ୍ରତିକ୍ରିୟା ଦେଇ କ୍ରୋଧ ପ୍ରକାଶ କରିଛନ୍ତି ଭଉଣୀ ଶ୍ବେତା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ ଫ୍ୟାନକ୍ଲବ
author img

By

Published : Aug 3, 2020, 12:22 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପତ ସୁଇସାଇଡ ମାମଲାରେ କିଛି ଦିନ ହେବ ବିହାର ପୋଲିସ ମୁମ୍ବାଇ ପୋଲିସ ସହ ମିଶି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଯାହାକୁ ନେଇ ଏବେ ଭଉୟ ପୋଲିସ ମଧ୍ୟରେ ବିବାଦ ଦେଖିବାକୁ ମିଳୁଛି । କାରଣ ମୁମ୍ବାଇ ଆସିଥିବା ପାଟନା ଏସିପି ସିଟି ବିନିୟ ତିୱାରୀଙ୍କୁ ବିଏମସି ଅଧିକାରୀ କ୍ବାରେଣ୍ଟାଇନରେ ଭର୍ତ୍ତି କରିଛନ୍ତି । ରବିବାର ପାଟନା ଏସିପି ବିନୟ ମୁମ୍ବାଇରେ ପହଞ୍ଚିଥିଲେ । ବର୍ତ୍ତମାନ ଏହି ମାମଲାରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ଏହା କଣ ପ୍ରକୃତରେ ସତ କଥା । କିପରି ଜଣେ ଅଫିସରଙ୍କୁ ଡ୍ୟୁଟି ସମୟରେ କ୍ବାରେଣ୍ଟାଇନ କରାଯାଇପାରିବ ? ଜଷ୍ଟିସ ଫର ସୁଶାନ୍ତ ।’ ସେ ଏହି କାର୍ଯ୍ୟର କଡା ନିନ୍ଦା ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଟ୍ବିଟରରେ ଏହାର ସୂଚନା ଦେଇ ଲେଖିଥିଲେ, ‘ଅଗଷ୍ଟ 2ତାରିଖ ଦିନ ଆଇପିଏସ ବିନୟ ତିୱାରୀ ସରକାରୀ ଡ୍ୟୁଟିରେ ପାଟନାରୁ ମୁମ୍ବାଇରେ ପହଞ୍ଚିଥିଲେ। କିନ୍ତୁ ରବିବାର ରାତି 11 ଟା ସମୟରେ ବିଏମସି ଅଧିକାରୀମାନେ ତାଙ୍କୁ ଜୋରଜବରଦୋସ୍ତ କ୍ବାରେଣ୍ଟାଇନ କରିଥିଲେ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.