ETV Bharat / sitara

ସୁପ୍ରିମକୋର୍ଟରେ ସୁଶାନ୍ତଙ୍କ ଶୁଣାଣି, ଅପିଲ କଲେ ଶ୍ବେତା - ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ସୁଶାନ୍ତଙ୍କୁ ନେଇ ଶ୍ବେତାଙ୍କ ନୂଆ ପୋଷ୍ଟ । ସେ ସୁପ୍ରିମକୋର୍ଟର ଶୁଣାଣିରେ ପଜିଟିଭ ପରିଣାମ ଚାହୁଁଛନ୍ତି ବୋଲି ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 11, 2020, 1:22 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ମାସ ପୂରିବାକୁ ବସିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ତାଙ୍କ ମାମଲାର ଯାଞ୍ଚ ଏବେ ସିବିଆଇ କରୁଛି । ସେହିପରି ଆଜି(ମଙ୍ଗଳବାର) ସୁପ୍ରିମକୋର୍ଟରେ ଦ୍ବିତୀୟ ଥର ତାଙ୍କ ମାମଲାର ଶୁଣାଣି ହେବାକୁ ଯାଉଛି । ଏହାକୁ ଆଧାର କରି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସୋସିଆଲ ମିଡିଆରେ ଶୁଣାଣିକୁ ନେଇ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି ।

ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ସୁଶାନ୍ତଙ୍କ କେସରେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଜନତାଙ୍କୁ ପ୍ରାର୍ଥନା କରିବାକୁ ଅପିଲ କରିଛନ୍ତି । ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ପ୍ରାର୍ଥନା ସଶକ୍ତିଶାଳୀ । ମୁଁ ସୁପ୍ରିମକୋର୍ଟର ଶୁଣାଣିରେ ସକାରାତ୍ମକ ପରିଣାମ ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ଅପିଲ କରୁଛି ।’

ବର୍ତ୍ତମାନ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି ସୁଶାନ୍ତଙ୍କ ନ୍ୟାୟ ଦେବାକୁ ଦାବି କରୁଛନ୍ତି ଫ୍ୟାନ୍କ । ପ୍ରକାଶ ଥାଉକି ତାଙ୍କ ଆତ୍ମହତ୍ୟାର କାରଣ ସମସ୍ତେ ଜାଣିବାକୁ ଚାହୁଁଛନ୍ତି । କାରଣ ତାଙ୍କ ଭଳି ବିନ୍ଦାସ ଅଭିନେତା କାହିଁକି ଆତ୍ମହତ୍ୟା କଲା ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.