ETV Bharat / sitara

ଇଡି ଅଫିସରେ ରିଆ, ଖୁସି ଜାହିର କଲେ ସୁଶାନ୍ତଙ୍କ ଭଉଣୀ ଶ୍ବେତା

author img

By

Published : Aug 7, 2020, 4:12 PM IST

ସୋସିଆଲ ମିଡିଆରେ ଭଗବାନ ଶିବଙ୍କ ଫଟୋ ସେୟାର କରି ଶାନଦାର କଥା ସମସ୍ତଙ୍କୁ କହିଲେ ଶ୍ବେତା। ରିଆଙ୍କ ଉପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ସେ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ପରିଶେଷରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ବୟାନ ଦେବାକୁ ପହଞ୍ଚିଛନ୍ତି । ଏହି ଖବର ଦେଖିବା ମାତ୍ରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତିଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଇଛନ୍ତି । ଖାସ୍ କଥା ହେଲା ଯେ ସେ ଭଗବାନ ଶିବଙ୍କ ଫଟୋ ସେୟାର କରି ‘ହର ହର ମହାଦେବ’ ଲେଖିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ତାଙ୍କ ସହ ସମ୍ପୃକ୍ତ ଥିବା କଥା ସେୟାର କରିଆସୁଥିବା ଶ୍ବେତା ଇନଷ୍ଟାଗ୍ରାମରେ ଏହି ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘କେହି କହିଛନ୍ତି କାହା ସହ ଖେଳିବା ପୂର୍ବରୁ ସାବଧାନ ରୁହ । କାରଣ ତୁମକୁ ଜଣା ନାହିଁ ଯେ ଆଧ୍ୟାତ୍ମିକ ଦୁନିଆରେ ତାଙ୍କୁ କିଏ ପ୍ରୋଟେକ୍ସ କରୁଛନ୍ତି।’

ପ୍ରକାଶ ଥାଉକି ଏହା ପୂର୍ବରୁ ସୁଶାନ୍ତଙ୍କ ଏକ ଫଟୋ ସେୟାର କରିଥିଲେ ଶ୍ବେତା । ଯେଉଁଥିରେ ଗୋଟିଏ ପଟେ ସୁଶାନ୍ତଙ୍କ ମୁହଁ ଦେଖାଯାଉଥିବା ବେଳେ ଅନ୍ୟପଟେ ଭଗବାନଙ୍କ ଚେହେରା ଦେଖିବାକୁ ମିଳୁଥିଲା । ସେହିପରି ଏହାର କ୍ୟାପସନରେ ସେ ଲେଖିଥିଲେ, ‘ହର ହର ମହାଦେବ। ସୁଶାନ୍ତଙ୍କ ପାଇଁ ନ୍ୟାୟ । ଭଗବାନ ଆମ ସାଥିରେ ଅଛନ୍ତି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.