ETV Bharat / sitara

ଗୀତ ଜରିଆରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମିତୁ - ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସର ଯାଞ୍ଚ ଏବେ ସିବିଆଇ ହାତରେ

ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚକୁ ନେଇ ସମସ୍ତେ ଖୁସି । ସୋସିଆଲ ମିଡିଆରେ ସତ୍ୟର ବିଜୟ ହେଲା ବୋଲି ଫ୍ୟାନ୍ସ ଲେଖିବାରେ ଲାଗିଛନ୍ତି । ଏବେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଭଉଣୀ ମିତୁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 20, 2020, 7:14 PM IST

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସର ଯାଞ୍ଚ ଏବେ ସିବିଆଇ ହାତରେ । ବୁଧବାର ସୁପ୍ରିମକୋର୍ଟ ସିବିଆଇ ଯାଞ୍ଚ ପାଇଁ ଅନୁମତି ଦେଇଥିଲେ । ଯାହାକୁ ନେଇ ସୁଶାନ୍ତଙ୍କ ପରିବାର ସହ ଦେଶବାସୀକୁ ଆଶ୍ବସ୍ତି ମିଳିଛି । ବଲିଉଡ ସେଲିବ୍ରିଟି ମଧ୍ୟ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ସ୍ବାଗତ ଜଣାଇଛନ୍ତି । ଇତିମଧ୍ୟରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ସିବିଆଇ ଯାଞ୍ଚର ସ୍ବାଗତ ଜଣାଇ ସୋସିଆଳ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଟ୍ବିଟରରେ ଭାଇ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଉ ଏକ ଗୀତ ଅର୍ପଣ କରିଛନ୍ତି ।

ସେ ପୋଷ୍ଟରେ ଲେଖିଛନ୍ତି, ‘ଇନସାଫ ୟେ ଏକ ସୱାଲ ହେ । ଏହି ଟ୍ରାକ ସ୍ବର୍ଗୀୟ ଅଭନେତାଙ୍କ ପାଇଁ ପରିବାର, ବନ୍ଧୁ ଓ ପ୍ରଶଂସକଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ।’

ପ୍ରକାଶ ଥାଉକି ସୁପ୍ରିମକୋର୍ଟ ନିଷ୍ପତ୍ତି ପରେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ଖୁସି ଜାହିର କରିଥିଲେ । ସେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଲଗାତାର ସୋସିଆଳ ମିଡିଆରେ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.