ETV Bharat / sitara

ପୈତୃକ ଘରେ ହେବ ସୁଶାନ୍ତଙ୍କ ସ୍ମାରକ ସ୍ଥାପନ

ସାମ୍ନାକୁ ଆସିଲା ସୁଶାନ୍ତ ସିଂ ପରିବାର ପକ୍ଷରୁ ଭାବବିହ୍ବଳ ପୋଷ୍ଟ । ଯେଉଁଥିରେ ତାଙ୍କୁ ନେଇ ଅନେକ କଥା ସେୟାର କଲେ ପରିବାର ଲୋକେ ।

ପଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ପଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 27, 2020, 5:31 PM IST

ମୁମ୍ବାଇ: ସୁଶାନ୍ତି ସିଂ ରାଜପୁତ ବହୁତ କମ ବୟସରେ ସମସ୍ତଙ୍କୁ ଅଲବିଦା କହି ଚାଲିଯାଇଛନ୍ତି । ହେଲେ ଏଯାବତ ତାଙ୍କ ମୃତ୍ୟୁରେ ଦୁଃଖି ସମସ୍ତେ । ଇତିମଧ୍ୟରେ ତାଙ୍କ ପରିବାର ତରଫରୁ ଏକ ଇମୋଶନାଲ ନୋଟ ଜାରି କରାଯାଇଛି । ଆଉ କୁହାଯାଇଛି ଯେ ତାଙ୍କ ସ୍ମୃତିକୁ ସଂଯୋଗ କରିବା ପାଇଁ ତାଙ୍କ ଫାଉଣ୍ଡେଶନର ସ୍ଥାପନ କରିଯିବ । ଆହୁରି ମଧ୍ୟ, ଯେଉଁ ଘରେ ସେ ତାଙ୍କ ପିଲାଦିନ ବିତାଇଥିଲେ ସେହିଠାରେ ଏକ ସ୍ମାରକ ନିର୍ମାଣ କରାଯିବ | ଏହା ସହିତ ତାଙ୍କ ପରିବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରଶଂସକଙ୍କ ପାଇଁ ଆଗକୁ ମଧ୍ୟ ଚଲାଇବେ ।

ପରିବାର ତରଫରୁ ଜାରି ହୋଇଥିବା ନୋଟରେ ଲେଖାଯାଇଛି, ‘ଆପଣଙ୍କ ପାଇଁ ସୁଶାନ୍ତ ସିଂ ରାଜପୁତ ଆଉ ଆମ ପାଇଁ ଗ୍ଲେହା ଗୁଲଶନ । ଖୋଲା ହୃଦୟ, ଅଧିକ କଥାବାର୍ତ୍ତା ଏବଂ ବୁଦ୍ଧିବାନ । ସବୁ କିଛି ଜାଣିବାକୁ ଆଗ୍ରାହୀ । ସବୁ କଥାକୁ ନେଇ ଉତ୍ସାହିତ । ବଡ ସ୍ବପ୍ନ ଦେଖିବା ଏବଂ ତାହା ବାସ୍ତବରେ ପରିଣତ କରିବାର ଦକ୍ଷତା ରଖୁଥିଲେ । ହସି ହସି ସମସ୍ତଙ୍କୁ ହସାଇଥିଲେ । ପରିବାରର ବଡଙ୍କ ଗର୍ବ ଏବଂ ପିଲାଙ୍କ ପାଇଁ ପ୍ରେରଣାଦାୟକ ବ୍ୟକ୍ତି ଥିଲେ । ତାଙ୍କ ହସ ଏବେ ଆଉ ଆମ କାନରେ ଶୁଣିବାକୁ ମିଳିବ ନାହିଁ । ବିଜ୍ଞାନ କଥା ସମସ୍ତଙ୍କୁ ବୁଝାଇବାକୁ ସେ ଆଉ ନାହିଁନ୍ତି । ସେ ପରିବାରରେ ଏକ ଖାଲି ସ୍ଥାନ ଛାଡି ଚାଲିଯାଇଛନ୍ତି । ଏହି ଶୂନ୍ୟ ସ୍ଥାନ ଦେଖି ଆମେ ସ୍ତବ୍ଧ ।’

ପ୍ରକାଶ ଥାଇକି ଏହି ନୋଟରେ ତାଙ୍କ ସ୍ମାରକ ସ୍ଥପନ କରାଯିବା କଥା ମଧ୍ୟ କୁହାଯାଇଛି । ଯେହେତୁ ସେ ସବୁବେଳେ ଫ୍ୟାନ୍ସଙ୍କ ସହ କନେକ୍ଟ ରହୁଥିଲେ ଏଥି ନିମନ୍ତେ ତାଙ୍କ ଇନଷ୍ଟାଗ୍ରାମ ପରିବାର ଲୋକେ ଚଲାଇବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.