ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସ୍ବର୍ଗୀୟ ଅଭିନେତା ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମରେ ଦୁଇ ଷ୍ଟାର୍ସଙ୍କ କେମେଷ୍ଟ୍ରି ଓ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଇତିମଧ୍ୟରେ ସାରାଙ୍କ ଉପରେ ସୁଶାନ୍ତଙ୍କ ବନ୍ଧୁ ସାମୁଅଲ ହାକିପ ଅଭିଯୋଗ ଲଗାଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ସେ କହିଛନ୍ତି ସାରା ଓ ସୁଶାନ୍ତ ‘କେଦାରନାଥ’ ସମୟରେ ପରସ୍ପର ସହ ରିଲେସନଶିପରେ ଥିଲେ ।
- " class="align-text-top noRightClick twitterSection" data="
">
‘କେଦାରନାଥ’ ସୁଟିଂ ଓ ରିଲିଜ ସମୟରେ ମଧ୍ୟ ସାରା-ସୁଶାନ୍ତଙ୍କ ରିଲେସନଶିପକୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । କିନ୍ତୁ ଏହାକୁ ଉଡା ଖବର କୁହାଯାଇଥିଲ। ହେଲେ ସାମୁଅଲ ଏବେ ସ୍ପଷ୍ଟ କରିଛନ୍ତି ଯେ ଦୁଇଜଣ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ସୁଶାନ୍ତଙ୍କ ଫିଲ୍ମ ‘ସୋନଚିରୈୟା’ ବକ୍ସ ଅଫିସରେ ଫ୍ଲପ ହେବା ପରେ ସାରା ତାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ । ସେ ଏହି କଥାର ଖୁଲାସା ସୋସିଆଲ ମିଡିଆରେ କରିଛନ୍ତି ।
ସାମୁଅଲ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ମତେ ମନେ ଅଛି ଯେ କେଦାରନାଥ ପ୍ରମୋଶନ ସମୟରେ ସାରା-ସୁଶାନ୍ତ ରିଲେସନଶିପରେ ଥିଲେ । ଦୁଇଜଣଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଥିଲା । ସାରାଙ୍କ ମନରେ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ପ୍ରତି ମଧ୍ୟ ସମ୍ମାନ ଦେଖିବାକୁ ମିଳୁଥିଲା । ମୁଁ ଆଶ୍ଚର୍ଯ୍ୟ ଯେ ସୋନଚିରୈୟା ବକ୍ସ ଅଫିସରେ ଫ୍ଲପ ହେବା ପରେ ସାରା ମୁଭି ମାଫିଆଙ୍କ ଚାପରେ ଆସି ସୁଶାନ୍ତଙ୍କ ସହ ବ୍ରେକଅପ କରିଦେଇଥିଲେ । ଯାହାକୁ ନେଇ ସୁଶାନ୍ତ ନିରାଶ ହୋଇଥିଲେ ।’