ETV Bharat / sitara

କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ନଥିଲେ ରିଆ, ପଢନ୍ତୁ

ସୁଶାନ୍ତଙ୍କୁ ନେଇ ବୟାନ ଉପରେ ବୟାନ ଦେବାରେ ଲାଗିଛନ୍ତି ରିଆ । ଏବେ ତାଙ୍କ ଉପରେ ଡ୍ରଗ୍ସ ଡିଲିଂ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 27, 2020, 5:01 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଫସୁଥିବାର ନଜର ଆସୁଛନ୍ତି । ସିବିଆଇ ଠୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କ୍ରମାଗତ ଭାବେ ଯାଞ୍ଚ କରୁଛନ୍ତି । ସେପଟେ ଗୁରୁବାର ସନ୍ଧ୍ୟାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଯାଞ୍ଚ ଆରମ୍ଭ କରିବେ । କାରଣ କିଛି ଦିନ ହେବ ସୁଶାନ୍ତଙ୍କ କେସରେ ରିଆଙ୍କୁ ନେଇ ଡ୍ରଗ୍ସ ଡିଲିଂ କଥା ଶୁଣିବାକୁ ମିଳୁଛି । ଅନ୍ୟପଟେ ରିଆ ନିଜର ବୟାନ ଦେବାରେ ଲାଗିଛନ୍ତି । ଇତିମଧ୍ୟରେ ନୂଆ ଖବର ସାମ୍ନାକୁ ଆସିଛି ।

ରିଆ ଦେଉଥିବା ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ସେ କାହିଁକି ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇନଥିଲେ । ସେ ଏହି ବିଷୟରେ ଆଲୋଚନା କରି କହିଛନ୍ତି, ‘ମତେ କୁହାଯାଇଥିଲା ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ତାଲିକାରେ ମୋ ନାମ ସାମିଲ ନଥିଲା । ଇଣ୍ଡଷ୍ଟ୍ରିରେ ଅନେକ ସେଲିବ୍ରିଟିଙ୍କ ନାମ ଥିଲା । ଯାହାପରେ ମତେ ଜଣାପଡିଲା ଯେ ମୁଁ ଆଦୌ ଯାଇପାରିବି ନାହିଁ । କାରଣ ସୁଶାନ୍ତଙ୍କ ପରିବାର ଲୋକ ମତେ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ମୋ ନାମ ସେହି ତାଲିକାରେ ସାମିଲ କରିନଥିଲେ । ହେଲେ ତଥାପି ମୁଁ ସେଠାକୁ ଯିବାକୁ ଚାହୁଁଥିଲି । କିନ୍ତୁ ମୋର କିଛି ବନ୍ଧୁ ମତେ ଫୋନ କରି କହିଥିଲେ ମୁଁ ଯଦି ଅନ୍ତିମ ସଂସ୍କାରକୁ ଯିବି ତେବେ ମତେ ଅପମାନ କରାଯିବ । ଏହି କାରଣ ପାଇଁ ମୁଁ ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେଇପାରିନଥିଲି ।’

ଖାଲି ଏତିକି ନୁହେଁ ସୁଶାନ୍ତଙ୍କ ଆତ୍ମହତ୍ୟା ଦିନ କଣ ଘଟିଥିଲା ତାହା ନେଇ ମଧ୍ୟ ସେ କହିଥିଲେ, ‘ଜୁନ 14 ଅପରାହ୍ନ 2ଟାରେ ମୁଁ ମୋ ଭାଇଙ୍କ ସହ ନିଜ ରୁମରେ ଥିଲି । ମୋର ଜଣେ ବନ୍ଧୁ କଲ କରି କହିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିଥିବା ଖବର ନ୍ୟୁଜ ଚ୍ୟାନେଲରେ ପ୍ରସାରଣ ହେଉଛି । ତୁମେ ତାଙ୍କୁ କଲ କରି ଏସବୁ ଖବରକୁ ମିଛ ବୋଲି କହିବାକୁ କୁହ । ମତେ ସେହି ସମୟରେ ଆଦୌ ଲାଗିନଥିଲା ଯେ ସୁଶାନ୍ତ ଏଭଳି ପଦକ୍ଷେପ ନେଇଥିବେ । କିନ୍ତୁ ବନ୍ଧୁଙ୍କ କଲ ଆସିବାର 15-20 ମିନିଟ୍ ପରେ ଏହା କନଫର୍ମ ହୋଇଥିଲା ଯେ ପ୍ରକୃତରେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି।’ ଏହିପରି ବୟାନ ଦେଇ ସାକ୍ଷାତକାରରେ କାନ୍ଦି ପକାଇଥିଲେ ରିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.