ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲା, ବିବାହ ପାଇଁ ଜାମିନ ଆବେଦନ କଲେ ଫ୍ଲାଟମେଣ୍ଟ

author img

By

Published : Jun 11, 2021, 8:52 AM IST

Updated : Jun 11, 2021, 9:19 AM IST

ଜୁନ 26ରେ ଧାର୍ଯ୍ୟ ହୋଇଥିବା ବିବାହ କାରଣ ଦର୍ଶାଇ ଜାମିନ ଆବେଦନ କଲେ ନିକଟରେ ବଲିଉଡ ଡ୍ରଗ୍ସ କେସରେ ଗିରଫ ହୋଇଥିବା ସିଦ୍ଧାର୍ଥ ପିଠାନୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ନିକଟରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ସହ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ ତାଙ୍କ ଫ୍ଲାଟମେଣ୍ଟ ସିଦ୍ଧାର୍ଥ ପିଠାନୀ । ଏହି ମାମଲାରେ ଗୁରୁବାର ଜାମିନ ପାଇଁ ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି ସିଦ୍ଧାର୍ଥ। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଗତ ବର୍ଷ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ହାଇଦ୍ରାବାଦରୁ ମେ 28ରେ ପିଠାନୀଙ୍କୁ ଗିରଫ କରାଯାଇଥିଲା।

ଜାମିନର ଅନ୍ୟାନ୍ୟ କାରଣ ମଧ୍ୟରେ ଜୁନ 26ରେ ଧାର୍ଯ୍ୟ ହୋଇଥିବା ତାଙ୍କ ବିବାହ କଥା ପିଠାନୀ ଦର୍ଶାଇଛନ୍ତି। ତାଙ୍କ ଓକିଲ ତାରକ ସୟୈଦଙ୍କ ଜରିଆରେ ଦାଖଲ ହୋଇଥିବା ଜାମିନ ଆବେଦନରେ ପିଠାନୀ ଦାବି କରିଛନ୍ତି ତାଙ୍କ ଉପରେ ମିଥ୍ୟା ଅଭିଯୋଗ କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ ପିଠାନୀଙ୍କ ଏହି ଅପରାଧରେ ସମ୍ପୃକ୍ତ ଥିବା ସୂଚାଇ ଦେଉଥିବା ମଦ୍ୟପାନ କିମ୍ବା ସାମଗ୍ରୀ ମିଳି ନାହିଁ, ଏପରିକି ଡ୍ରଗ୍ସ କାରବାର ସହିତ ତାଙ୍କର କୌଣସି ସମ୍ପର୍କ ମଧ୍ୟ ନାହିଁ।

ସେହିପରି NDPS ଅଧିନିୟମର ଧାରା 27 ଏ (ଅପରାଧୀଙ୍କୁ ବେଆଇନ କାରବାର ଏବଂ ଆଶ୍ରୟ ଦେବା ପାଇଁ ଅର୍ଥ ପ୍ରଦାନ) ଅନୁଯାୟୀ ପିଠାନୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୋର୍ଟ ଏହି ମାମଲାର ଶୁଣାଣି ପାଇଁ ଜୁନ୍ 16 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

Last Updated : Jun 11, 2021, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.