ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁରେ ମର୍ମାହତ ହୋଇ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

ସୁଶାନ୍ତଙ୍କ ପାଇଁ ଜୀବନ ହାରିଲେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ । ଏହିପରି ଦୁଃଖଦ ଖବର ଭିଲାଇ ଟାଉନଶିପରୁ ସାମ୍ନାକୁ ଆସିଛି ।

author img

By

Published : Jul 23, 2020, 5:29 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଛତିଶଗଡ: ଗତ 14 ତାରିଖରେ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ। ତାଙ୍କ ମୃତ୍ୟୁରେ ଏଯାବତ ଦୁଃଖି ସମସ୍ତେ । ଇତିମଧ୍ୟ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟାରେ ଦୁଃଖି ଥିବା ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଭିଲାଇ ଟାଉନଶିପରେ ରହୁଥିବା ଏହି ନାବାଳିକା ସୁଶାନ୍ତଙ୍କ ପରି ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ବୁଧବାର ରାତିରେ ଛାତ୍ରୀ ଜଣକ ରଶି ଲଗାଇ ନିଜ ଜୀବନ ହାରିଥିଲେ । ଆଉ ତାଙ୍କ ପାଖରୁ ମିଳିଥିବା ସୁସାଇଡ ନୋଟ, ଏଥିରେ ଲେଖାଯାଇଛି, ‘ସୁଶାନ୍ତଙ୍କ ଚାଲିଯିବା ମୋତେ ଭଲ ଲାଗୁନାହିଁ । ଯେଉଁଥି ପାଇଁ ମୁଁ ଏପରି ପଦକ୍ଷେପ ନେଇଛି।’

photo
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଘଟଣାର ସୂଚନା ମିଳିବା ପରେ ଭିଲାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପୋଲିସଠୁ ମିଳିଥିବା ସୂଚନା ଅନୁଯାୟୀ ସପ୍ତମରେ ପଢୁଥିଲେ ସେହି ଛାତ୍ରୀ । ଆତ୍ମହତ୍ୟା କରିବା ସମୟରେ ସେ ଘରେ ଏକୁଟିଆ ଥିଲେ । ସେହିପରି ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ସେ ସୁଶାନ୍ତଙ୍କ ଫିଲ୍ମ ମଧ୍ୟ ଦେଖିଥିଲେ।

ଘରେ ପିତା-ମାତା ପହଞ୍ଚିବା ପରେ ଝିଅକୁ ରଶିରୁ ତଳକୁ କାଢି ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.