ETV Bharat / sitara

‘ମୋ ପୁଅକୁ ବିଷ ଦେଇ ମାରିଛି ରିୟା’

author img

By

Published : Aug 27, 2020, 1:41 PM IST

ସାମ୍ନାକୁ ଆସିଲା କେକେଙ୍କ ବୟାନ । ଏଥର ସେ ରିୟାଙ୍କ ଗିରଫ ଦାବି କରିଛନ୍ତି । ତାଙ୍କ ପୁଅ ସୁଶାନ୍ତଙ୍କୁ ଡ୍ରଗ ଦେଇ ରିଆ ହତ୍ୟା କରିଛନ୍ତି ବୋଲି ଆଣିଲେ ଅଭିଯୋଗ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ସୁଇସାଇଡ କେସରେ ସିବିଆଇ ଯାଞ୍ଚକୁ ଗୁରୁବାର ସାତ ଦିନ ପୂରଣ ହୋଇଛି । ଶୁଣିବାକୁ ମିଳୁଛି ଯେ ସିବିଆଇର ଗୋଟିଏ ଟିମ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଛି । ସେପଟେ କିଛି ଦିନରୁ ରିଆଙ୍କ ଡ୍ରଗ୍ସ କନେକ୍ସନ ଥିବା କଥା ସୁଶାନ୍ତଙ୍କ ମାମଲାରେ ନୂଆ ମୋଡ ଆଣିଛି । ଯାହାପାଇଁ ସବୁ ମହଲରେ ରିଆଙ୍କ ସମାଲୋଚନାର କରାଯାଉଛି । ଇତିମଧ୍ୟରେ ଡ୍ରଗ୍ସ ଚର୍ଚ୍ଚାରେ ସୁଶାନ୍ତଙ୍କ ପିତା କେକେ ସିଂ ପ୍ରତିକ୍ରିୟା ଦେଇଛନ୍ତି । ସେ ରିଆଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ।

ସେ କହିଛନ୍ତି, ‘ରିଆ ଦୀର୍ଘ ସମୟରୁ ମୋ ପୁଅଙ୍କୁ ବିଷ ଦେଇ ଆସୁଥିଲା । ଖୁବଶୀଘ୍ରର ତାଙ୍କୁ ଗିରଫ କରାଯିବା ଦରକାର । ଆଉ କଡା ଦଣ୍ଡ ମଧ୍ୟ ଦେବା କଥା । ସେ ମୋ ପୁଅର ହତ୍ୟାକାରୀ ।’

କେକେଙ୍କ ପୂର୍ବରୁ ତାଙ୍କ ଓକିଲ ବିକାସ ଗୁପ୍ତା ମଧ୍ୟ ଏକ ବୟାନରେ କହିଥିଲେ, ‘ପୂର୍ବରୁ ଆମକୁ କୁହାଯାଇଥିଲା ଯେ ଚିକିତ୍ସା ପାଇଁ ସୁଶାନ୍ତଙ୍କୁ କିଛି ମେଡିସିନ୍ ଖାଇବାକୁ ଦିଆଯାଉଛି । ଏବେ ଆମେ ଜାଣିଲୁ କି ସୁଶାନ୍ତଙ୍କୁ ବ୍ୟାନ ଥିବା ବିପଦପୂର୍ଣ୍ଣ ଡ୍ରଗ ଦିଆଯାଉଥିଲା । ଯାହା ଉପରେ କଡା କାର୍ଯ୍ୟନୁଷ୍ଠାନ କରାଯିବା କଥା ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.