ETV Bharat / sitara

ସୁଶାନ୍ତଙ୍କ ମାମଲାରେ ସାମ୍ନାକୁ ଆସିଲା ସିବିଆଇର ବୟାନ - ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା

ଖୁବଶୀଘ୍ର ସୁଶାନ୍ତଙ୍କ ଆତ୍ମହତ୍ୟା କେସର ଯାଞ୍ଚ ଆରମ୍ଭ କରିବାକୁ ଯାଉଛି ସିବିଆଇ । ଏପରି ବୟାନ ସିବିଆଇ ଦେଇଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 6, 2020, 7:19 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ଯାଞ୍ଚ ପାଇଁ ବୁଧବାର କେନ୍ଦ୍ର ଅନୁମତି ଦେଇଛି। ମଙ୍ଗଳବାର ବିହାର ସରକାର କେନ୍ଦ୍ରକୁ ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । ଆଉ ଏବେ ଏହି ମାମଲାରେ ସିବିଆଇ ବୟାନ ଦେଇଛି। ସେହିପରି ବୟାନରେ କୁହାଯାଇଛି ଯେ ସୁଶାନ୍ତଙ୍କ ମାମଲାର ତଦନ୍ତ ସିବିଆଇ ଗ୍ରହଣ କରିଛି । ‘ଆମେ ଖୁବଶୀଘ୍ର ଯାଞ୍ଚ ଆରମ୍ଭ କରିବୁ’।

ପ୍ରକାଶ ଥାଉକି କେନ୍ଦ୍ର ସରକାରଙ୍କ ଓକିଲ ଏସଜି ତୁଷାର ମହେତା ସୁପ୍ରିମକୋର୍ଟରେ କହିଥିଲେ ଯେ ବିହାର ସରକାରଙ୍କ ସିବିଆଇ ଯାଞ୍ଚ ଅନୁରୋଧକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ସେହିପରି ଏହି ନିଷ୍ପତ୍ତି ଆସିବା ପରେ ବିହାର ସରକାରଙ୍କ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଏହାକୁ ସ୍ବାଗତ କରିଥିଲେ ।

ହେଲେ ସୁଶାନ୍ତ ଓ ରିଆ ଚକ୍ରବର୍ତ୍ତୀ ମାମଲରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଆସିବା ପରେ ଆଗାମୀ ତଦନ୍ତ ଆରମ୍ଭ କରିବ ସିବିଆଇ । ଯାହାର ଶୁଣାଣି କୋର୍ଟ ଆସନ୍ତା ସପ୍ତାହରେ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.