ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇମାସରୁ ଅଧିକା ସମୟ ବିତିଗଲାଣି । ହେଲେ ଏଯାବତ ତାଙ୍କ କେସର କଡାକଡି ଯାଞ୍ଚ ଚାଲିଛି । ତାଙ୍କ ମାମଲାରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ସୋମବାର ତାଙ୍କ ଏକ ଅଡିଓ ଟେପ ଭାଇରାଲ ହେଉଥିଲା । ଇତିମଧ୍ୟରେ ତାଙ୍କ ହାଉସକିପର ଦିପେଶ ସାୱନ୍ତ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହ ହ୍ବାଟ୍ସଆପ ଚାଟର ପର୍ଦାଫାଶ କରିଛି ସିବିଆଇ । ଗତ 10 ଦିନ ହେବ ସିବିଆଇ ଡିଓଆରଡିଓ ଗେଷ୍ଟ ହାଉସରେ ସୁଶାନ୍ତଙ୍କ କେସର ଯାଞ୍ଚ କରିଆସୁଛି । ଏବେ ସିବିଆଇ ହାତରେ ଦିପେଶଙ୍କ ହ୍ବାଟ୍ସଆପ ଚାଟ ଲାଗିଛି ।
ସୁଶାନ୍ତ ଜୁନ 9ରେ ହ୍ବାଟ୍ସଆପ ଚାଟ କରିଥିଲେ । ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ପଚାରିଥିଲେ ଯେ କଣ ଫ୍ଲିପକାର୍ଟ ଆପଣଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛି । ଏହାର ଉତ୍ତରରେ ସୁଶାନ୍ତ କହିଥିଲେ, ‘ମୋ ସହ ଦିପେଶ ଅଛନ୍ତି ।’ ସେହିପରି ସାମ୍ନାକୁ ଆସିଥିବା ଦିପେଶ ସେହି ଅଜ୍ଞାତ ବ୍ୟକ୍ତିଙ୍କ ସହ ସୁଶାନ୍ତଙ୍କ ଆତ୍ମହତ୍ୟା ଦିନ କଥା ହୋଇଥିଲେ । ଜୁନ 14 ସକାଳ 10.51 ଦିପେଶ ସେହି ଚାଟରେ କଥା ବାର୍ତ୍ତା ଆରମ୍ଭ କରିଥିଲେ । ଆଉ ତାଙ୍କ କଥାବାର୍ତ୍ତା ଦ୍ବିପହର 4.19 ପର୍ଯ୍ୟନ୍ତ ଚାଲିଥିଲା । ଏହି ମାମଲାରେ ସିବିଆଇକୁ ଦିପେଶ କହିଛନ୍ତି ଯେ ସୁଶାନ୍ତ ତାଙ୍କୁ କହିଥିଲେ ଯେ ଫ୍ଲିପକାର୍ଟ ବିଷୟରେ ଜାଣିବା ପାଇଁ ସେହି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବାକୁ । ଦିପେଶଙ୍କ ଏହି ଚାଟ ପୁଣିଥରେ ସୁଶାନ୍ତଙ୍କ କେସରେ ନୂଆ ମୋଡ ଆଣିଛି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ବନ୍ଧୁ ତଥା ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀ, ଷ୍ଟାଫ ଦିପେଶ ଓ ରୋଷେୟିଆ ନୀରଜଙ୍କୁ ପଚରାଉଚରା କରିସାରିଛି ସିବିଆଇ । କ୍ରମାଗତ ଭାବେ ଏହି ତିନିଜଣଙ୍କୁ ପଚରାଉଚରା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ