ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଗିରଫ ହୋଇଥିବା ଜାଇଦ ଭିଲାନ୍ତ୍ରି ଏବଂ ବସିତ ପରିହାର ସେସନ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଏହି ଦୁଇଜଣ ଡ୍ରଗ ଡିଲିଂ କେସରେ ଧରାପଡିଛନ୍ତି । ଆଉ ଉଭୟଙ୍କ ଓକିଲ ଦାବି କରିଛନ୍ତି ଯେ ଏନସିବି ସେମାନଙ୍କୁ ଗିରଫ କରିବା ଅନଧିକୃତ ଅଟେ । ଖାଲି ଏତିକି ନୁହେଁ ଦୁଇଜଣ ସେଶନ କୋର୍ଟରେ ଜାମିନ ଯାଚିକା ମଧ୍ୟ ଦାୟର କରିଛନ୍ତି ।
ଏନସିବି ଦାବି କରିଛି ଯେ ଯାଞ୍ଚରେ ଜଣାପଡିଛି ସାମୁଏଲ ମିରାଣ୍ଡା ଓ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଜାଇଦଙ୍କଠାରୁ ଡ୍ରଗ୍ସ କିଣୁଥିଲେ । ଯାହାପାଇଁ ସୌଭିକ ଓ ସାମୁଏଲ ନଗଦ ଅର୍ଥ ମଧ୍ୟ ଦେଉଥିଲେ ।
ପ୍ରକାଶ ଥାଉକି ସୌଭିକ ନିଜ ବୟାନରେ ସ୍ବୀକାର କରିସାରିଛନ୍ତି ଯେ ତାଙ୍କ ଭଉଣୀ ରିଆଙ୍କ କହିବାରୁ ସାମୁଏଲ ଅଭିନେତାଙ୍କୁ ଡ୍ରଗ ଦେଉଥିଲେ । ଶନିବାର ଏନସିବି ଏହି ଡ୍ରଗ୍ସ ଲିଙ୍କରେ ସୌଭିକଙ୍କୁ ଗିରଫ କରିବା ପରେ ହେପାଜତକୁ ପଠାଇଛି । ବର୍ତ୍ତମାନ ଏହି ନିଶା କାରବାର ବଲିଉଡରେ ଅନୁପ୍ରବେଶ କରିଛି । ସୌଭିକ, ମିରାଣ୍ଡା ଏବଂ କାଇଜେନଙ୍କ ବ୍ୟତୀତ ଏନସିବି ଭିଲାନ୍ତ୍ରି, ପାରିହାରକୁ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ