ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲା, 14 ଦିନିଆ ନ୍ୟାୟିକ ହେପାଜତରେ ରିଆ

ମଙ୍ଗଳବାର ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ପରେ ରିଆଙ୍କ ଓକିଲ ସତୀଶ ମାନସିନ୍ଦେ ବୁଧବାର ଅଧିବେଶନ ପାଇଁ କୋର୍ଟକୁ ଯିବେ ବୋଲି ଶୁଣିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 9, 2020, 1:00 PM IST

ମୁମ୍ବାଇ: ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଗିରଫ ହୋଇଥିଲେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡିତ ଥିବା ଡ୍ରଗ୍ସ ଲିଙ୍କ ପାଇଁ ତାଙ୍କୁ ଗତ ତିନି ଦିନ ଧରି ଜେରା କରିବା ପରେ ଗିରଫ କରାଯାଇଥିଲେ । ଏନସିବି କାର୍ଯ୍ୟାଳୟର ଲକଅପରେ ରାତି କାଟିବା ପରେ ବୁଧବାର ରିଆଙ୍କୁ ଭାୟକୁଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି ।

ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିସି)ର ଧାରା 89 (ସି), 20 (ବି), 27 (ଏ), 28 ଏବଂ 29 ଅନୁଯାୟୀ ରିଆଙ୍କୁ ଗିରଫ କରାଯାଇଥିଲା । ଏହାସହ ସେପ୍ଟେମ୍ବର 22 ପର୍ଯ୍ୟନ୍ତ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ପ୍ରକାଶ ଥାଉକି ରିଆଙ୍କ ସ୍ବୀକାର କରିଛନ୍ତି ଯେ ସେ କେବଳ ଗଞ୍ଜେଇ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ବ୍ୟବହାର କରୁଥିଲେ । ସେହିପରି ତାଙ୍କ ପୂର୍ବରୁ ଗିରଫ ହୋଇଥିବା ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ବୟାନରେ କହିଥିଲେ ଯେ ରିଆଙ୍କ ଦ୍ବାରା ସାମୁଏଲ ମିରାଣ୍ଡା, ସୁଶାନ୍ତଙ୍କୁ ଡ୍ରଗ ଦେଉଥିଲେ ।

ଅଗଷ୍ଟ 19ରେ, ସୁପ୍ରିମକୋର୍ଟ ଅଭିନେତାଙ୍କ ମୃତ୍ୟୁ ସହ ଜଡିତ ମାମଲାର ତଦନ୍ତ କରିବାକୁ ସିବିଆଇକୁ କହିଥିଲାବେଳେ ପାଟନାରେ ରୁଜୁ ହୋଇଥିବା ଏଫଆଇଆର ଆଇନଗତ ବୋଲି ଜଣାଇଥିଲେ । ପାଟନାଠାରୁ ଏହି ମାମଲାର ଯାଞ୍ଚ ସ୍ଥାନାନ୍ତର ପାଇଁ ବିହାର ସରକାରଙ୍କ ସୁପାରିଶକୁ ଗ୍ରହଣ କରିବା ପରେ ଏହି ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ସଂପର୍କରେ ରିଆ ଏବଂ ଆଉ କିଛି ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.